ଜିସୁ ପିତର୍କେ ମକେ ନାଜାନି ବଲି କଇସୁ ବଲି କଇଲା
31 "ଏ ସିମନ୍, ସିମନ୍ ! ସୁନ୍ ! ଚାସି ଜେନ୍ତି ଦାନ୍ ଉଡାଲିକରି ପଟ୍ ବିନେ କର୍ସି, ସେନ୍ତାରି ସଇତାନ୍ ତମ୍କେ ତେରେପେତେ କର୍ବାକେ ଆଦେସ୍ ପାଇଲା ଆଚେ । 32 ମାତର୍ ତର୍ ବିସ୍ବାସ୍ ଉନା ନ ଅ ବଲି ମୁଇ ପାର୍ତନା କଲିଆଚି । ସେ ପରିକାଇ, ବିସ୍ବାସେ ଡାଟ୍ଅଇ, ଜିତି ଆଇଲେ ତର୍ ବାଇମନ୍କେ ମିସା ସେନ୍ତି ଡାଟ୍ କରାଇସୁ ।"