42 "ଏ ବାବା, ତୁଇ ମନ୍କଲେ ଏ କସ୍ଟର୍ ମୁତା ମର୍ତେଇଅନି ଦୁରିକେ ନେ । ମାତର୍ ମୁଇ ମନ୍ କଲା ଇସାବେ ନାଇ, ତର୍ ମନ୍କଲା ଇସାବେ ସିଦ୍ ଅ ।" 43 ସେଡ୍କିବେଲେ ଏଦେ ଦେକା ! ପର୍ମେସରର୍ ଗଟେକ୍ ଦୁତ୍ ଆସି ଜିସୁକେ ଦେକାଇଅଇଲା ଆରି ଡାଟ୍ସଙ୍ଗ୍ ରଇବାକେ ବପୁଦେଲା । 44 ମାତର୍ ଜିସୁ ଅଦିକ୍ ବିକଲ୍ ଅଇ, ମନ୍ଦିଆନ୍ ଦେଇ ପାର୍ତନା କର୍ବାର୍ ଦାର୍ଲା । ତାର୍ ଗାଗ୍ଡର୍ ଜାଲ୍ ପାନି, ବନିପାରା ଜର୍ଜର୍ ଅଇ ବୁଏଁ ତିପିଗାଲା ।
Publicidade