ଜିସୁକେ ପିତର୍ ନାଜାନି ବଲି କଇଲା
54 ତାର୍ ପଚେ ସେମନ୍ ଜିସୁକେ ବାନ୍ଦିକରି ବଡ୍ ପୁଜାରିର୍ ଗରେ ଦାରିଗାଲାଇ । ପିତର୍ ଦୁରିକେ ରଇ ସେମନର୍ ପଚେପଚେ ଗାଲା । 55 ସନିଅମନ୍ ଜଇଲାଗାଇ ଚାରିବେଡ୍ତି ବସ୍ଲାଇ । ପିତର୍ ମିସା ସେମନର୍ ସଙ୍ଗ୍ ବସ୍ଲା । 56 ଗଟେକ୍ ଗତିଦାଙ୍ଗ୍ଡି ପିତର୍କେ ଜଇପାଲି ବସ୍ଲାଟା ନିକକରି ଦେକି କଇଲା, "ଏ ଲକ୍ ମିସା ଜିସୁର୍ ସଙ୍ଗ୍ ରଇଲା !"
57 ମାତର୍ ପିତର୍ ରାଜି ନ ଅଇ କଇଲା, "ଏ ଗତିଦାଙ୍ଗ୍ଡି, ତାକେ ମୁଇ ମୁଲ୍କେ ନାଜାନି ।"
58 ଚନେକ୍ ରଇଲା ପଚେ ଆରି ଗଟେକ୍ ଲକ୍ ପିତର୍କେ ଦେକି କଇଲା, "ତୁଇ ମିସା ତାର୍ ସଙ୍ଗ୍ ରଇଲୁସ୍ ।" ମାତର୍ ପିତର୍ ତାକେ କଇଲା, "ମୁଇ ନଇ ।"
59 ଗଟେକ୍ ଗଁଟା ଗାଲାପଚେ ଆରି ଗଟେକ୍ ଲକ୍ ପିତର୍କେ ଦେକି କଇଲା, "ଏ ଲକ୍ମିସା ନିଜେ ତାର୍ ସିସ୍ମନର୍ ସଙ୍ଗ୍ ରଇଲା । ଆକେ ମୁଇ ନିକକରି ଜାନି । କାଇକେ ବଇଲେ ସେ ଗଟେକ୍ ଗାଲିଲିର୍ ଲକ୍ ।" 60 ଏଟା ସୁନି ପିତର୍ ସେ ଲକ୍କେ କଇଲା, "ଏ ବାଇ ତୁଇ କାଇଟା କଇଲୁସ୍ନି ? ମୁଇ ବିଲ୍କୁଲ୍ ନାଜାନି ।" ସେ କାତା ପିତର୍ କଇଲା ଦାପ୍ରେ, କୁକ୍ଡା ଡାକ୍ଲା । 61 ସେବେଲେ ଜିସୁମାପ୍ରୁ ପିତର୍କେ ପାସ୍ଲି ନିମାନ୍ କରି ଦେକ୍ଲା । ଜିସୁ ଆଗ୍ତୁ କଇଲା କାତା ସେ ଏତାଇଲା । ସେ ତାକେ କଇରଇଲା ତୁଇ ମକେ ଆଜି କୁକ୍ଡା ଡାକ୍ବା ଆଗ୍ତୁ ତିନ୍ତର୍ ନାଜାନି, ବଲି କଇସୁ । 62 ସେଟାର୍ପାଇଁ ପିତର୍ ସେଟା ଏତାଇ, ଦୁକ୍ ଅଇ ଡାଣ୍ଡେଅନି ବିନେ ଜାଇ ବେସି କାନ୍ଦ୍ଲା ।