18 ଆରି ଏଦେ ଦେକା ! ଗଟେକ୍ ଚେରେଙ୍ଗ୍ବାତ୍ ଦାର୍ଲା ମୁନୁସ୍କେ, କେତେଲକ୍ କଟ୍ ମିସ୍ତେ ବଇଆନିକରି, ଗର୍ ବିତ୍ରେ ନେଇ ଜିସୁର୍ ମୁଆଟେ ସଙ୍ଗଉବଲି, ଚେସ୍ଟା କରତେରଇଲାଇ । 19 ମାତର୍ ଚିପାଟେଲାର୍ଲାଗି, ତାକେ ବିତ୍ରେ ନେବାକେ ବାଟ୍ ମିଲେନାଇ । ଏଦେ ଦେକା ! ସେମନ୍ ରଗିକେ ଗର୍ ଉପ୍ରେ ଚଗାଇ ଚାଉନି ଉଜାଡି, କଟ୍ ମିସ୍ତେ ଲକ୍ମନର୍ ମଜାଇ ଜିସୁର୍ ମୁଆଟେ ଉତ୍ରାଇଦେଲାଇ । 20 ଜିସୁ ସେମନର୍ ବିସ୍ବାସ୍ ଦେକି କଇଲା, "ଏ ବାବୁ, ତମର୍ ସବୁ ପାପ୍ କେମା ଅଇଗାଲାବେ ।"
21 ସାସ୍ତର୍ ସିକାଇବା ଲକ୍ମନ୍ ଆରି ପାରୁସି ଲକ୍ମନ୍ ମନେ ମନେ କୁଆବଲା ଅଇ, ଏନ୍ତି କଇବାର୍ ଦାର୍ଲାଇ, "ଏ କେ ଜେ ପର୍ମେସରର୍ ନିନ୍ଦାକଲାନି ? ପର୍ମେସର୍କେ ଚାଡି ଆରି କେ ପାପ୍ କେମା କରିପାର୍ସି ?"
22 ତେଇ ସେମନ୍ ମନେ ମନେ କୁଆବଲା ଅଇବାଟା ଜାନିକରି ସେମନ୍କେ ଜିସୁ କଇଲା, "ତମେ କାଇକେ ସବୁଲକ୍ ନିଜର୍ ମନେ ମନେ ଏନ୍ତାରି କୁଆବଲା ଅଇଲାସ୍ନି ? 23 କାଇଟା ଉପାସ୍ କାତା ? ତର୍ ସବୁ ପାପ୍ କେମା ଅଇଗାଲା ବଲି କଇବାଟା, କି ଉଟିକରି ଇଣ୍ଡି ଜା ବଲି କଇବାଟା ? 24 ମାତର୍ ପୁର୍ତିବିର୍ ସବୁ ପାପ୍ କେମା କର୍ବାକେ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ମର୍ ଅଦିକାର୍ଆଚେ ।" ଏଟା ତମେ ଜେନ୍ତି ଜାନିପାରାସ୍ । ଏଟାର୍ପାଇ ଜିସୁ ଚେରେଙ୍ଗ୍ବାତ୍ ଦାର୍ଲା ରଗିକେ କଇଲା, "ମୁଇ ତକେ କଇଲିନି, ଉଟ୍ ନିଜର୍ ବିଚ୍ନା ଦାରି ଗରେ ଜା ।"
25 ସେଦାପ୍ରେ ଚେରେଙ୍ଗ୍ ଦାର୍ଲା ଲକ୍ ସବୁଲକର୍ ଦେକ୍ତେ ଉଟିକରି ଜନ୍ କଟେ ସଇରଇଲା, ସେଟା ବଇ ପର୍ମେସରର୍ ମଇମା କରି କରି ତାର୍ ଗରେ ଉଟିଗାଲା ।