ଉପାସ୍ ବିସଇନେଇ ସିକିଆ
33 କେତେକ୍ ଲକ୍ ଜିସୁକେ ପାଚାର୍ଲାଇ, "ଡୁବନ୍ ଦେଉ ଜଅନର୍ ସିସ୍ମନ୍ ତର୍କେତର୍ ଉପାସ୍ କରି ପାର୍ତନା କର୍ବାଇ । ପାରୁସିମନର୍ ସିସ୍ମନ୍ ମିସା ସେନ୍ତାରି ସେ କର୍ବାଇ । ମାତର୍ ତମର୍ ସିସ୍ମନ୍ କିଆ ପିଆ କର୍ବାଇ ।"
34 ଜିସୁ ସେମନ୍କେ କଇଲା, "ବର୍ବାଟର୍ ଲକ୍ମନର୍ସଙ୍ଗ୍ ବର୍ ରଇଲାବେଲେ, ତମେ କାଇ ସେମନ୍କେ ଉପାସ୍ କରାଇପାରାସ୍ ? ନାଇ, ନାପାରାସ୍ । 35 ମାତର୍ ବେଲା ଆଇସି, ଜେଡେବେଲେ ତାକର୍ଟାନେଅନି ବର୍କେ ଡାକିଦାରିଜିବାଇ, ସେଡ୍କିବେଲେ ସେମନ୍ ଉପାସ୍ କଇବାଇ ।"