ଜିସୁ ଗଟେକ୍ ରାଣ୍ଡିମାଇଜିର୍ ମରିଜାଇରଇଲା ଦାଙ୍ଗ୍ଡା ପିଲାକେ ଉଟାଇଲା
11 ତେଇଅନି ଜିସୁ ନାଇନ୍ ନାଉଁର୍ ନଅରେ ଗାଲା । ତାର୍ସଙ୍ଗ୍ ସିସ୍ମନ୍ ଆରି ଲକ୍ମନ୍ ବେସି ଜାଇତେରଇଲାଇ ।
12 ସେ ନଅରର୍ ଦୁଆର୍ଲଗେ କେଟୁ କେଟୁ, ଏଦେ ଦେକା ! ଲକ୍ମନ୍ ଗଟେକ୍ ମଲା ଲକ୍କେ ବଇଆନ୍ତେ ରଇଲାଇ । ସେ ନିଜର୍ ମାଆର୍ ଗଟେକ୍ ସେ ପିଲା, ଆରି ସେ ମାଇଜି ରାଣ୍ଡିଟା । ନଅରର୍ ବେସିଲକ୍ମନ୍ ତାର୍ ସଙ୍ଗ୍ ରଇଲାଇ । 13 ସେ ରାଣ୍ଡି ମାଇଜିକେ ଦେକି ଜିସୁ ଦୁକ୍କଲା ଆରି ତାକେ କଇଲା, "ଏ ମାଆ କାନ୍ଦ୍ନାଇ ।" 14 ଆରି, ଜିସୁ ଜାଇକରି ଡାଣ୍ଡିଆ ଚିଇଲାକେ ବଇ ଆନ୍ତେରଇବା ଲକ୍ମନ୍ ଟିଆଅଇଲାଇ । ଆରି ସେ କଇଲା, "ମୁଇ ତକେ କଇଲିନି, ନୁନା ଉଟ୍ !" 15 ତେଇ ସେ ଦାଙ୍ଗ୍ଡା ଉଟିବସ୍ଲା ଆରି କାତା କଇବାର୍ ଦାର୍ଲା । ଆରି ଜିସୁ ସେ ଦାଙ୍ଗ୍ଡାକେ ତାର୍ ମାକେ ସର୍ପିଦେଲା ।
16 ତେଇ ସବୁଲକ୍ ଡରିଗାଲାଇ, ଆରି ପର୍ମେସରର୍ ମଇମା କରି କରି କଇଲାଇ "ଆମର୍ ବିତ୍ରେ ଗଟେକ୍ ମଆନ୍ ବବିସତ୍ବକ୍ତା ଆଇଲାଆଚେ, ଆରି ପର୍ମେସର୍ ନିଜର୍ ଲକ୍ମନ୍କେ ଉଦାର୍ କର୍ବାକେ ଆସିଆଚେ ।"
17 ଜିସୁର୍ ଏ ବିସଇର୍ କାତା ଗୁଲାଇ ଜିଉଦା ଦେସେ ଆରି ଚାରିବାଟର୍ ଗାଉଁଗଣ୍ଡାର୍ ଲକ୍ମନ୍ ଜାନ୍ଲାଇ ।