ଜିସୁ ବାଉପବନ୍କେ ତେବାଇଲା
22 ଦିନେକ୍ ଜିସୁ ଆରି ତାର୍ ସିସ୍ମନ୍ ଗଟେକ୍ ଡଙ୍ଗାଇ ଚଗ୍ଲାଇ, ଆରି ସେ ସିସ୍ମନ୍କେ କଇଲା, "ଆସା, ଗାଡ୍ ସେପାଟେ ଜୁ ।" ତେଇ ସେମନ୍ ଡଙ୍ଗା ମେଲ୍ଲାଇ । 23 ମାତର୍ ଡଙ୍ଗାଗାଟି ଗାଲାବେଲେ ଜିସୁ ସଇଦେଲା । ସେଡ୍କିବେଲେ ଗାଡେ ଅଟାତ୍ ବାଉପବନ୍ ଆଇଲା ଆରି ଡଙ୍ଗାଇ ପାନିପୁରି ବର୍ତି ଅଇବାର୍ ଦାର୍ଲା । ସେମନ୍ ବଡ୍ ବିପଦେ ପଡିଗାଲାଇ । 24 ତେଇ ସିସ୍ମନ୍ ଜିସୁର୍ଲଗେ ଆସି ତାକେ ଉଟାଇ କଇଲା "ଏ ଗୁରୁ, ଏ ଗୁରୁ, ଆମେ ମରିଜିବୁବେ !" ତେଇ ଜିସୁ ଉଟିକରି ପବନ୍ ଆରି ବଡ୍ ଲଅଡିକେ ଦମ୍କାଇଲା, ଆରି ସେଟା ସବୁ ଚିମ୍ରାଇଅଇ ତବିର୍ ଅଇଲା । 25 ସେ ସିସ୍ମନ୍କେ କଇଲା, "ତମର୍ ବିସ୍ବାସ୍ କେନେ ଅଇଲା ?" ମାତର୍ ସେମନ୍ ଡରିକରି କାବାଅଇ ନିଜେ ନିଜେ କଇବାର୍ ଦାର୍ଲାଇ । "ତେବେ ଏ କେ ଜେ ପବନ୍ ଆରି ପାନିକେ ମିସା ଆଦେସ୍ ଦେଲା ଦାପ୍ରେ, ସେଟା ସବୁ ତାର୍ ଆଦେସ୍ ମାନ୍ବାଇ ।"
ଜିସୁ ଗଟେକ୍ ଡୁମା ଦାରିରଇବା ଲକ୍କେ ନିକକଲା
26 ପଚେ ଜିସୁ ଆରି ତାର୍ ସିସ୍ମନ୍ ଗାଲିଲି ମୁଆଟର୍ ସେପାଟେ ଗରାସିୟମନର୍ ଜାଗାଇ କେଟ୍ଲାଇ ।