27 ଜିସୁ ଡଙ୍ଗାଇଅନି ଉତର୍ଲା ଦାପ୍ରେ, ସେ ନଅରର୍ ଗଟେକ୍ ଡୁମାଦାର୍ଲା ଲକ୍ ତାକେ ବେଟ୍ଅଇଲା । ସେ ବେସି ଦିନେଅନି କାଇଟା ନ ପିନ୍ଦିକରି ଗରେ ନ ରଇ, ମସ୍ନେ ରଇତେ ରଇଲା । 28 ସେ ଜିସୁକେ ଦେକି କିର୍କିରି ତାର୍ ପାଦେ ଅଦ୍ରି, ଆଉଲିଅଇ କଇଲା, "ଏ ବେସି ବପୁର୍ସଙ୍ଗ୍ ରଇବା ପର୍ମେସରର୍ ପଅ ଜିସୁ, ମର୍ ଲଗେ ତମର୍ କାଇ କାମ୍ ଆଚେ ? ମୁଇ ତମ୍କେ ବାବୁଜିଆ କରି କଇଲିନି, ମକେ କସ୍ଟ ନ ଦିଆ ।" 29 କାଇକେ ବଇଲେ ଜିସୁ ଡୁମାକେ ସେ ମୁନୁସର୍ ଟାନେଅନି ବାରଇଜାଅ ବଲି ଆଦେସ୍ ଦେଇରଇଲା । ସେ ଡୁମା ସେଲକ୍କେ ଦାରିଲାଗିରଇଲା, ଆରି ଲକ୍ମନ୍ ତାକେ ସିକିଲି ସଙ୍ଗ୍ ବାନ୍ଦି ଜାଗ୍ତେ ରଇଲାଇ । ମାତର୍ ସେ ବାନ୍ଦ୍ଲାଟା ସବୁ ଚିଡାଇ ପାକାଇତେରଇଲା ଆରି ଡୁମା ତାକେ କିନରା ଜାଗାମନ୍କେ ଦାରିଜାଇତେରଇଲା ।
30 ଜିସୁ ତାକେ ପାଚାର୍ଲା, "ତର୍ ନାଉଁ କାଇ ନାଉଁ ?" ସେ କଇଲା, ବାଇନି, କାଇକେ ବଇଲେ ତାକେ ଗାଦା ଡୁମାମନ୍ ଦାରି ରଇଲାଇ । 31 ଆରି ଜିସୁ ଜେନ୍ତିକି ସେମନ୍କେ ପାତାଲେ ଜିବାକେ ଆଦେସ୍ ନ ଦେଏ, ଏଟାର୍ ପାଇ ସେମନ୍ ତାକେ ବାବୁଜିଆ କର୍ବାର୍ ଦାର୍ଲାଇ ।
32 ତେଇ କୁପ୍ଲି ଲଗେ ଗଟେକ୍ ମାନ୍ଦା ଗୁସ୍ରି ରାସି ଚାର୍ତେ ରଇଲାଇ । ଆରି ସେ ଜେନ୍ତାରି ସେମନ୍କେ ସେ ଗୁସ୍ରି ମାନ୍ଦାର୍ ମଜାଇ ପୁର୍ବାକେ ଆଦେସ୍ ଦେଇସି, ଏଟାର୍ ପାଇ ସେମନ୍ ଜିସୁକେ ବାବୁଜିଆ କଲାଇ । 33 ଜିସୁ ସେମନ୍କେ ଆଦେସ୍ ଦେଲା ଦାପ୍ରେ ଡୁମାମନ୍ ସେ ମୁନୁସର୍ଟାନେଅନି ବାରଇ ଗୁସ୍ରି ରାସିର୍ ମଜାଇ ପୁର୍ଲାଇ । ପୁର୍ଲାକେ ଗୁସ୍ରି ମାନ୍ଦା ଜବର୍ ପାଲାଇକରି ଗଡ୍ଗଡାବାଟେ ଜାଇ ଗାଡେ ଅଦ୍ରି ମରିଗାଲାଇ ।
34 ଗୁସ୍ରି ଚାରାଇତେ ରଇଲା ଲକ୍ମନ୍ ସେ ଗଟ୍ନା ଦେକି ପାଲାଇକରି ନଅରେ ଆରି ଗାଉଁମନ୍କେ ଜାଇ ସେ କାତା ଜାନାଇଲାଇ । 35 ତେଇ ଲକ୍ମନ୍ ସେ ଗଟ୍ନା ଦେକ୍ବାକେ ବାରଇ ଆଇଲାଇ ଆରି, ସେମନ୍ ଜିସୁର୍ ଲଗେ ଆସି ଜନ୍ ମୁନୁସର୍ ଟାନେଅନି ଡୁମାମନ୍ ବାରଇଲାଇ, ସେ ଲକ୍ ଲୁଗା ପିନ୍ଦି ନିକ ମନର୍ ସଙ୍ଗ୍ ଜିସୁର୍ ପାଦ୍ ତଲେ ବସି ରଇବାଟା ଦେକି ଡରିଗାଲାଇ ।