49 ସେ ଏ କାତା କଇବା ବେଲେ ଜିଉଦିମନର୍ ପାର୍ତନା ଗରର୍ ମୁକିଆ ଜାଇରସର୍ ଗରେଅନି ଗଟେକ୍ ଲକ୍ ଆସି କଇଲା, "ତମର୍ ଟକି ମରିଗାଲାବେ, ଗୁରୁକେ ଆରି କସ୍ଟ ଦିଆସ୍ ନାଇ ।"
50 ମାତର୍ ଜିସୁ ଏଟା ସୁନି ଜାଇରସ୍କେ କଇଲା, "ଡରାନାଇ ଅବ୍କା ବିସ୍ବାସ୍ କରା, ସେ ବଁଚ୍ସି ।"
51 ଜିସୁ ଜାଇରସର୍ ଗରେ ଆସି ପିତର୍, ଜଅନ୍ ଆରି ଜାକୁବ୍ ଆରି ଟକିର୍ ବାବା ମାଆ କେ ଚାଡିକରି କାକେ ମିସା ବିତ୍ରେ ଡାକିନେଏ ନାଇ । 52 ମାତର୍ ସବୁ ଲକ୍ ଟକିର୍ ଲାଗି କାନ୍ଦି କାନ୍ଦି କରି ବୁକେ ମାରିଅଇତେ ରଇଲାଇ । ତେଇ ଜିସୁ କଇଲା "କାନ୍ଦା ନାଇ, ସେ ମରେ ନାଇ, ମାତର୍ ସଇ ଦେଲାଆଚେ ।"
53 ମାତର୍ ଟକି ମରିଗାଲାଆଚେ ବଲି ଜାନି ରଇଲାଇଜେ ଲକ୍ମନ୍ ଜିସୁକେ କିଜାଇବାର୍ ଦାର୍ଲାଇ । 54 ମାତର୍ ଜିସୁ ଟକିର୍ ଆତେ ଦାରି କଇଲା, "ଏ ନୁନି ଉଟ୍ ।" 55 ତେଇ ଟକିର୍ ଜିବନ୍ ବାଉଡି ଆଇଲା, ଆରି ସେ ସେଡ୍କି ବେଲେସେ ଉଟ୍ଲା । ଜିସୁ ତାକେ କାଇଟା ଆଲେ କାଇବାକେ ଦିଆସ୍ ବଲି ଆଦେସ୍ ଦେଲା । 56 ତେଇ ଟକିର୍ ବାବା ମା କାବା ଅଇଗାଲାଇ, ମାତର୍ ଜିସୁ ସେ ଗଟ୍ନାର୍ କାତା କାକେ ଜାନାଆ ନାଇ ବଲି ଆଦେସ୍ ଦେଲା ।