ଜିସୁ ବଡ୍ ରଗିକେ ନିକ କଲା
40 ସେଡ୍କି ବେଲେ ଗଟେକ୍ ବଡ୍ ରଗି୧:୪୦ ବଡ୍ ରଗ୍ ଅଇରଇଲାର୍ ପାଇ ଗଟେକ୍ ଲକ୍ ପର୍ମେସର୍କେ ପାର୍ତନା କର୍ତେରଇଲା, କାଇକେବଇଲେ ବଡ୍ ରଗିକେ ଜିଉଦିମନ୍ ଅସୁଚି ବଲି ବାବ୍ତେ ରଇଲାଇ । ତାର୍ ଲଗେ ଆସି ମାଣ୍ଡିକଟା ଦେଇ ତାକେ ବାବୁଜିଆ କରି କଇଲା, "ତମେ ଜଦି ମନ୍କଲେ ମକେ ସୁକଲ୍ କରି ପାର୍ସା ।"
41 ତେଇ ସେ ତାକେ ଜିବନ୍ ଦୁକାଇଲା ଆରି ଆତ୍ ଲାମାଇ କରି ତାକେ ଚିଇକରି କଇଲା, "ମୁଇ ମନ୍ କଲିନି, ତୁଇ ସୁକଲ୍ ଅ ।" 42 ସେଦାପ୍ରେ ବଡ୍ ରଗ୍ ତାର୍ ଲଗେ ଅନି ଦୁର୍ଅଇଲା ଆରି ସେ ସୁକଲ୍ ଅଇଗାଲା ।