ଜିସୁର୍ ଡୁବନ୍ ଆରି ପରିକା
9 ସେଡ୍କିବେଲେ ଜିସୁ ଗାଲିଲି ଜାଗାର୍ ନାଜରିତ୍ ଗଡେ ଅନି ଆସି ଜର୍ଦନ୍ ଗାଡେ ଡୁବନ୍ ଦେଉ ଜଅନର୍ ଟାନେ ଡୁବନ୍ ନେଲା । 10 ସେ ପାନିତେଇ ଅନି ବାରଇ ଆଇବାବେଲେ, ସରଗ୍ ଉଗାଡି ଅଇ ପର୍ମେସରର୍ ଆତ୍ମା ପରୁଆ ପାରା ଅଇ ଜିସୁର୍ ଉପ୍ରେ ଉତ୍ରି ଆଇବାଟା ସେ ଦେକ୍ଲା ।