ଜାକୁବ୍ ଆରି ଜଅନ୍ ମାଙ୍ଗ୍ବାଟା
35 ଜେବଦି ନାଉଁର୍ ଗଟେକ୍ ଲକର୍ ପିଲାମନ୍ ଜାକୁବ୍ ଆରି ଜଅନ୍ ଜିସୁର୍ତେଇ ଆସି ତାକେ କଇଲାଇ, "ଏ ଗୁରୁ, ଆମେ ତର୍ତେଇ ଜାଇଟା ମାଙ୍ଗ୍ବୁ, ତୁଇ ସେଟା କର୍ ବଲି ଆମେ ମନ୍ କଲୁନି ।"
36 ଜିସୁ ପାଚାର୍ଲା, "ମୁଇ ତମର୍ ପାଇ କାଇଟା କର୍ବି ବଲି ମନ୍ କଲାସ୍ନି ?"
37 ସେମନ୍ ଜିସୁକେ କଇଲାଇ, "ତୁଇ ତର୍ ଡାକ୍ପୁଟା ପାଇବା ବସ୍ବା ଜାଗାଇ ବସ୍ଲା ବେଲେ ଆମର୍ ଦୁଇଲକର୍ ବିତ୍ରେ ଅନି ଗଟେକ୍ ଲକ୍କେ ତର୍ ଉଜା ବାଟେ ଆରି ଗଟେକ୍ ଲକ୍କେ ଡେବ୍ରି ବାଟେ ବସାଅ ବଲି ମନ୍ କଲୁନି ।"