25 ୧୧:୨୫ ମାତିଉ ୬:୧୪,୧୫ମାତର୍ ତମେ ପାର୍ତନା କର୍ବା ବେଲେ ତମର୍ ମନେ କାର୍ ବିରଦେ ମିସା କାଇ କାତା ରଇଲେ, ତାକେ କେମା ଦିଆସ୍ । ଏନ୍ତି କଲେ ତମର୍ ସରଗର୍ ବାବା ମିସା ତମ୍କେ ତମର୍ ପାପେଅନି କେମା ଦେଇସି । 26 ମାତର୍ ତମେ କେମା ନ କଲେ, ତମର୍ ସରଗର୍ ବାବା ମିସା ତମ୍କେ କେମା ନ ଦେଏ ।" ୧୧:୨୬ କେତକ୍ ପୁର୍ନା ଲେକାଇ ଏ ପଦ୍ ନାଇ