61 ମାତର୍ ଜିସୁ ଚିମ୍ରା ଅଇକରି ରଇଲା, କାଇଟା ମିସା କଏନାଇ । ବଡ୍ପୁଜାରି ଜିସୁକେ ଆରି ତର୍ ପାଚାର୍ଲା, "ତୁଇ କାଇ ପୁଜା ପାଇବା ପର୍ମେସରର୍ ପଅ କିରିସ୍ଟ କି ?"
62 ଜିସୁ କଇଲା, "ଉଁ, ମୁଇ ସେ । ଆରି ନର୍ପିଲା ମୁଇ, ପର୍ମେସରର୍ ବେସି ବପୁର୍ ଉଜା ଆତ୍ ବାଟେ ବସିରଇଲାଟା ଆରି ସରଗର୍ ମେଗେ ଆଇବାଟା ଦେକ୍ସା ।"