17 ସେଟା ସୁନି ଜିସୁ ସାସ୍ତର୍ ସିକାଉମନ୍କେ କଇଲା, " ନିମାନ୍ ଲକ୍ମନର୍ପାଇ ଡାକ୍ଦରର୍ ଲଡା ନାଇ, ମାତର୍ ନିମାନ୍ ନ ରଇଲା ଲକ୍ମନ୍କେ ଲଡା ଆଚେ । ଜେ ନିଜେ ‘ମୁଇ ଦରମ୍ ଲକ୍ ।’ ବଲି ବାବିଅଇବା ଲକର୍ପାଇ ମୁଇ ଆସିନାଇ, ମାତର୍ ପାପିମନ୍କେ ପାପ୍ଟାନେଅନି ବାଉଡାଇବାକେ ଆସିଆଚି ।"
Publicidade