3 ସେଡ୍କି ବେଲେ କେତେକ୍ ଲକ୍ମନ୍ ଗଟେକ୍ ଚେରେଙ୍ଗ୍ ରଗିକେ ବଇକରି ତାର୍ ଲଗେ ଦାରିଆଇଲାଇ । ତାକର୍ ବିତ୍ରେ ଅନି ଚାର୍ଲକ୍ ରଗିକେ ବଇରଇଲାଇ । 4 ମାତର୍ ଲକ୍ମନ୍ ଚିପାଟେଲା ଅଇରଇଲାଇକେ, ତାକେ ଜିସୁର୍ ଲଗେ ନେଇ ନାପାର୍ଲାଇ । ନାପାରିକରି, ଜିସୁ ଜନ୍ଟାନେ ରଇଲା, ତେଇର୍ ଚାନି ବଡ୍ଟା କାଣାକରି, ରଗିକେ କଟ୍ ମିସ୍ତେ ତାର୍ ମୁଆଟେ ସିଦା ଉତ୍ରାଇଦେଲାଇ । 5 ଜିସୁ ସେମନର୍ ବିସ୍ବାସ୍ ଦେକି ଚେରେଙ୍ଗ୍ ରଗିକେ କଇଲା, "ବାବୁରେ ମୁଇ ତର୍ ପାପ୍ କେମା କରିଦେଲି ।"
6 ମାତର୍ ସେ ଗର୍ ବିତ୍ରେ କେତେଟା ସାସ୍ତର୍ ସିକାଇବା ଲକ୍ମନ୍ ବସି ନିଜର୍ ନିଜର୍ ମନ୍ ବିତ୍ରେ ବାବିଅଇତେରଇଲାଇ, 7 "ଏ ଲକ୍ ଚେରେଙ୍ଗ୍ ରଗିକେ ‘ତର୍ ପାପ୍ କେମା କରିଦେଲି ।’ ବଲି କେନ୍ତି କଇପାର୍ଲା ? ଏ ପର୍ମେସର୍କେ ନିନ୍ଦା କର୍ସିଆଚେ, ସେ ଗଟେକ୍ ମାପ୍ରୁକେ ଚାଡିଦେଲେ, ଆରି କେ ମିସା ପାପ୍ କେମା କରି ପାରତ୍ କି ?"
8 ସେଦାପ୍ରେ ଜିସୁ ସେମନ୍ ମନେ ମନେ ଏନ୍ତାରି ବାବିଅଇଲାଟା, ନିଜର୍ ଆତ୍ମାଇ ଜାନି ସେମନ୍କେ କଇଲା, "ତମେ କାଇକେ ନିଜର୍ ନିଜର୍ ମନେ ଏ ସବୁଜାକ ବାବିଅଇଲାସ୍ନି ? 9 କନ୍ଟା କର୍ବାଟା ସଅଜ୍ ଅଇଲାନି ? ବାବୁରେ ‘ମୁଇ ତର୍ ପାପ୍ କେମା କରିଦେଲି ।’ ବଲି କଇବାଟା, କି ‘ଉଟ୍ ତର୍ କଟ୍ ବଇ ଇଣ୍ଡିଜା ।’ ବଲ୍ବାଟା ? 10 ମାତର୍ ଗୁଲାଇ ଜଗତର୍ ପାପ୍ କେମା କର୍ବାକେ ପର୍ମେସର୍ ପାଟାଇଲା ନର୍ପିଲା ମର୍ ଅଦିକାର୍ ଆଚେ ବଲି ଏବେ ମୁଇ, ଏ ଲକ୍କେ ନିକ କରି ଦେକାଇବି ।" ସେ ଚେରେଙ୍ଗ୍ ରଗିକେ କଇଲା, 11 "ମୁଇ ତକେ କଇଲିନି ଉଟ୍, ତର୍ କଟ୍ ବଇ, ନିଜର୍ ଗରେ ବାରିଜା ।"
12 ସେଦାପ୍ରେ ସେ ରଗି ଉଟି କଟ୍ ବଇକରି ସବୁ ଲକର୍ ଦେକ୍ତେ ବାରଇ ଗାଲା । ସେବେଲାଇ ସବୁଲକ୍ କାବା ଅଇ ପର୍ମେସରର୍ ମଇମା କରି କରି କଇଲାଇ, "ଆମେ ଏନ୍ତାରିଟା କେବେ ମିସା ଦେକି ନ ରଇଲୁ ।"