22 ସେଡ୍କିବେଲେ ଜିଉଦିମନର୍ ପାର୍ତନା ଗରର୍ ମୁକିଅ, ଜାଇରସ୍ ନାଉଁର୍ ଗଟେକ୍ ଲକ୍ ଆସି ଜିସୁକେ ଦେକି ତାର୍ ଗଡ୍ତଲେ ଅଦର୍ଲା । 23 ଆରି ବେସି ବାବୁଜିଆ କରି କଇଲା, "ମର୍ ଟକି ମର୍ବା ଉପ୍ରେ ଆଚେ, ସେ ଜେନ୍ତି ନିକ ଅଇ ବଁଚ୍ସି, ତେବର୍ ପାଇ ତମେ ଆସି ତାର୍ ଉପ୍ରେ ଆତ୍ ସଙ୍ଗଇଦିଆସ୍ ।"
24 ଜିସୁ ତାକର୍ ସଙ୍ଗ୍ ଗାଲା, ଆରି ଗାଦିଲକ୍ ତାର୍ ପଚେ ପଚେ ଜିବାର୍ ଦାର୍ଲାଇ, ଆରି ଲକ୍ମନ୍ ତାକେ ଡାବାଡାବି ଅଇତେ ରଇଲାଇ ।