21 ପଚେ ଏରଦିଆର୍ ଜାଗ୍ତେ ରଇବା ଦିନ୍ କେଟିଆଇଲା । ଏରଦର୍ ଜନମ୍ ଦିନେ, ନିଜର୍ ମନ୍ତ୍ରି ମନ୍କେ ଆରି ମୁକିଅ ମୁକିଅ ସେନାପତି ଆରି ଗାଲିଲିର୍ ବଡ୍ବଡ୍ ଲକ୍ମନ୍କେ ଡାକି, ରାତିଆ ଗଟେକ୍ ବଜିକଲା । 22 ତେଇ ଏରଦିଆର୍ ଟକି ବିତ୍ରେ ପୁରି ଏରଦ୍ ଆରି ତାର୍ ସଙ୍ଗ୍ ବସି କାଇବା ଲକ୍ମନ୍କେ ନାଟ୍କରି ମନ୍ଚାଇ ଦେଲା । ରାଜା ଟକିକେ କଇଲା, "ତୁଇ ଜାଇଟା ମନ୍ କଲୁସ୍ନି ସେଟା ମାଙ୍ଗ୍, ମୁଇ ତକେ ଦେବି ।"