22 ତେଇ ଏରଦିଆର୍ ଟକି ବିତ୍ରେ ପୁରି ଏରଦ୍ ଆରି ତାର୍ ସଙ୍ଗ୍ ବସି କାଇବା ଲକ୍ମନ୍କେ ନାଟ୍କରି ମନ୍ଚାଇ ଦେଲା । ରାଜା ଟକିକେ କଇଲା, "ତୁଇ ଜାଇଟା ମନ୍ କଲୁସ୍ନି ସେଟା ମାଙ୍ଗ୍, ମୁଇ ତକେ ଦେବି ।" 23 ଆରି ଏରଦ୍ ତାର୍ ଲଗେ ପର୍ମାନ୍ କଲା, "ତୁଇ ଆମ୍କେ ଜାଇଟା ମାଙ୍ଗ୍ଲେ ମିସା, ମୁଇ ରାଇଜର୍ ଅଦ୍ ବାଗ୍ ଜାକ ତକେ ଦେଇ ଦେବି ।"
24 ତେଇଅନି ସେ ବାରଇଜାଇ ତାର୍ ମାଆକେ ପାଚାର୍ଲା, "ମୁଇ କାଇଟା ମାଙ୍ଗ୍ବି ?" ତାର୍ ମାଆ କଇଲା, "ଡୁବନ୍ ଦେଉ ଜଅନର୍ ମୁଣ୍ଡ୍ ମାଙ୍ଗ୍ ।"
25 ସେଦାପ୍ରେ ଟକି ରାଜାର୍ ଲଗେ ଆସି ଏଟା କଇ ମାଙ୍ଗ୍ଲା, "ତୁଇ ମକେ ଏବେ ଡୁବନ୍ ଦେଉ ଜଅନର୍ ମୁଣ୍ଡ୍ ଗଟେକ୍ ତାଲାଇ କାଟି ଦେ ।" 26 ସେକାତା ସୁନି ରାଜା ବେସି ଦୁକ୍ କଲା ମାତର୍ ନିଜେ କାତା ଦେଇରଇଲାଟା ଆରି କାଇବାକେ ବସି ରଇବା ଲକ୍ମନର୍ମୁଆଟେ ମାଙ୍ଗ୍ଲାଟା ନାଇ ବଲି କଇବାକେ ମନ୍ କରେନାଇ । 27 ତେବେ ରାଜା ସେଦାପ୍ରେ ଗଟେକ୍ ସଇନକେ ପାଟାଇ ତାର୍ ମୁଣ୍ଡ୍ ଆନ୍ବାକେ ଆଦେସ୍ ଦେଲା, ତେଇ ସଇନ ବନ୍ଦି ଗରେ ଜାଇ, ଡୁବନ୍ ଦେଉ ଜଅନର୍ ମୁଣ୍ଡ୍ କାଟ୍ଲା । 28 ଆରି ସେ ମୁଣ୍ଡ୍ ଗଟେକ୍ ତାଲାଇ ଆନି ଟକିକେ ଦେଲା, ଆରି ଟକି ଡୁବନ୍ ଦେଉ ଜଅନର୍ ମୁଣ୍ଡ୍ ନେଇ ତାର୍ ମାକେ ଦେଲା ।