37 ମାତର୍ ଜିସୁ ସେମନ୍କେ କଇଲା, "ତମେ ସେମନ୍କେ କାଇଟା ମିସା କାଇବାକେ ଦିଆସ୍ ।" ସେମନ୍ ତାକେ କଇଲାଇ, "ଆମେ ଜାଇ ଆଟ୍ ମାସର୍ କୁଲି ଡାବୁ ନେଇ ଏମନ୍କେ ରୁଟି ଗେନିଆନି କୁଆଇବୁ କି ?"
38 ଜିସୁ ସେମନ୍କେ କଇଲା, "ତମର୍ ଲଗେ କେତେଟା ରୁଟି ଆଚେ ? ଜାଇ ଦେକା ।" ସେମନ୍ ଦେକିଆସି ତାକେ କଇଲାଇ, "ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ।"
39 ତେଇ ସବୁଲକ୍ ଜେନ୍ତି ଦଲ୍ଦଲ୍ ଅଇ କଅଁଲି ଗାଁସ୍ ଉପ୍ରେ ବସ୍ବାଇ, ଏଟାର୍ପାଇ ଜିସୁ ତାର୍ ସିସ୍ମନ୍କେ ତିଆର୍ଲା । 40 ସେମନ୍ ସଏ ସଏ ଆରି ପଚାସ୍ ପଚାସ୍ ଲକ୍ ଦାଡି ଦାଡି ଅଇ ବସ୍ଲାଇ । 41 ପଚେ ଜିସୁ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି ସରଗ୍ ବାଟେ ଦେକି ପର୍ମେସର୍କେ ଦନିଅବାଦ୍ ଦେଲା, ଆରି "ରୁଟି ବାଙ୍ଗାଇ ଲକ୍ମନ୍କେ ଦିଆସ୍ ।" ବଲି ସିସ୍ମନ୍କେ ଦେଲା । ଆରି, ସେ ଦୁଇଟା ମାଚ୍ ସବୁକେ ବାଟାକରି ଦେଲା । 42 ତେଇ ସବୁଲକ୍ କାଇକରି ପେଟ୍ ପୁରାଇଲାଇ, 43 ଆରି ସେମନ୍ ବାଙ୍ଗ୍ଲା ରୁଟି ଆରି ମାଚ୍ ରୁଣ୍ଡାଇ ବାର୍ଟା ଡାଲାଇ ପୁରୁନ୍ କଲାଇ ।