ଗଟେକ୍ ମାଇଜିର୍ ଡାଟ୍ ବିସ୍ବାସ୍
24 ତାର୍ପଚେ ଜିସୁ ସେ ଜାଗା ଚାଡିକରି ସର ଆରି ସିଦନର୍ ସଅରେ ଗାଲା । ତେଇ ଗଟେକ୍ ଗରେ ପୁର୍ଲା । ଜେନ୍ତି କେ ମିସା ସେଟା ନାଜାନତ୍, ଏଟା ସେ ମନ୍ କର୍ତେ ରଇଲା, ମାତର୍ ସେ ନ ଜାନାଇ ଅଇତେ ରଇନାପାର୍ଲା । 25 ଜିସୁ ଆଇଲାଆଚେ ବଲି ସୁନ୍ଲା ଦାପ୍ରେ, ଗଟେକ୍ ମାଇଜି ଜାର୍ ସାନ୍ ଟକିକେ ଡୁମା ଦାରିରଇଲା, ତାର୍ ଗଡ୍ତଲେ ଆସି ଅଦର୍ଲା । 26 ସେ ସୁର ଦେସର୍ ପଇନିକିଆ ଜାଗାଇ ଜନମ୍ ଅଇ ଜିଉଦି ଜାତିର୍ ନ ରଇଲା, ତାର୍ ଟକିକେ ଡୁମା ଚାଡାଇବାକେ ସେ ଜିସୁକେ ବାବୁଜିଆ କଲା ।
27 ତେବେ ଜିସୁ ତାକେ କଇଲା, "ଆଗ୍ତୁ ପିଲାମନ୍କେ ପେଟ୍ ପୁରୁନ୍ କାଇବାକେ ଦେସ୍, କାଇକେବଇଲେ ପିଲାମନର୍ କାଦି ନେଇ କୁକୁର୍ମନର୍ ଟାନେ ପାକାଇବାଟା ଟିକ୍ନାଇ ।"
28 ମାତର୍ ମାଇଜି ତାକେ କଇଲା, "ଉଁ ମାପ୍ରୁ, କୁକୁର୍ମନ୍ ମିସା ପିଲାମନର୍ ଅଦ୍ରି ରଇଲା ସକ୍ଡି କାଇବାଇ ।"
29 ସେଡ୍କି ବେଲେ ଜିସୁ ତାକେ କଇଲା, "ଏନ୍ତାରି କଇଲାର୍ପାଇ ଜା, ତର୍ ଟକିତେଇଅନି ଡୁମା ବାରଇଗାଲାବେ ।"
30 ଆରି ସେ ମାଇଜି ଗରେ ଜାଇ, ଟକି କଟେ ସଇରଇବାଟା ଆରି ତାର୍ଟାନେଅନି ଡୁମା ବାରଇଜାଇ ରଇବାଟା ଦେକ୍ଲା ।