ଜିସୁ ଗଟେକ୍ ଗୁଲା ବଇରାକେ ନିକ କଲା
31 ଜିସୁ ଆରିତରେକ୍ ସର ସନ୍ଦିଅନି ଜାଇ ସିଦନ୍ ଦେଇ ଦେକାପଲି ଦସ୍ଟା ସଅରେ ଉତ୍ରି ଗାଲିଲି ସମ୍ଦୁରେ ଗାଲା । 32 ଆରି ତେଇ କେତେକ୍ ଲକ୍ମନ୍ ଗଟେକ୍ କସ୍ଟସଙ୍ଗ୍ କାତା ଅଇବା ବଇରାକେ ଜିସୁର୍ ଲଗେ ଆନି ତାର୍ ଉପ୍ରେ ଆତ୍ ସଙ୍ଗଇବାକେ ବାବୁଜିଆ କଲାଇ । 33 ଜିସୁ ସେ ବଇରାକେ ଲକ୍ମନର୍ ଟାନେଅନି ବେଗ୍ଲାଇ କରି, ଡାକିନେଇ ତାର୍ ଦୁଇଟା କାନେ ଆଙ୍ଗ୍ଟି ପୁରାଇଲା ଆରି ତୁକିକରି ଆତ୍ସଙ୍ଗ୍ ସେ ଲକର୍ ଜିବେ ଲାଗାଇଲା, 34 ଆରି ସରଗ୍ ବାଟେ ଦେକିକରି ଡେଙ୍ଗ୍ ପୁଣ୍ଡା ଦାରି ବଇରାକେ କଇଲା, "ଇପ୍ପତା !" ବଇଲେ ପୁଟିଅ ।
35 ସେ ଦାପ୍ରେ ତାର୍ କାନ୍ ଉଗାଡି ଅଇଲା, ଆରି ଜିବର୍ ବନ୍ଦନ୍ ପିଟିଗାଲା, ଆରି ସେ ନିମାନ୍ ସଙ୍ଗ୍ କାତା ଅଇବାର୍ ଦାର୍ଲା ।
36 ଜିସୁ ଲକ୍ମନ୍କେ ଏ ବିସଇ କାକେ ନ କଇବାକେ ଆଦେସ୍ ଦେଲା, ମାତର୍ ସେ ଲକ୍ମନ୍କେ ଜେତେକ୍ ନିଚୁବଇଲେ ମିସା ସେମନ୍ ଆରି ଅଦିକ୍ ଅଦିକ୍ ସେଟା ଜାନାଇଲାଇ । 37 ଆରି ଲକ୍ମନ୍ ଅଦିକ୍ କାବା ଅଇ କଇଲାଇ, "ସେ ସବୁ କାମ୍ ନିମାନ୍ ସଙ୍ଗ୍ କରିଆଚେ, ସେ ବଇରାମନ୍କେ ସୁନ୍ବା ବପୁ ଆରି ଗୁଲାମନ୍କେ କଇବା ବପୁ ମିସା ଦେଇଆଚେ ।"