ଜିସୁ ଗଟେକ୍ କାଣାକେ ଆଁକି ଦେକାଇଲା
22 ପଚେ ସେମନ୍ ବେତସାଇଦାଇ ଉଟି ଆଇଲାଇ, ଆରି ତେଇ କେତେକ୍ ଲକ୍ମନ୍ ଗଟେକ୍ କାଣାଲକ୍କେ ଜିସୁର୍ ଲଗେ ଆନିକରି ତାକେ ଚିଇକରି ନିକ କର୍ବାକେ କଇଲାଇ । 23 ଜିସୁ ତାକେ ଆତେଦାରି ଗାଉଁ ବାଇରେ ଡାକିନେଲା, ଆରି ତୁକିକରି ତାର୍ ଲାଲ୍ ସେ କାଣାର୍ ଆଁକିତେଇ ଲାଗାଇଲା । ତାର୍ମୁଣ୍ଡେ ଆତ୍ ସଙ୍ଗଇକରି "ତୁଇ ଅଲପ୍ ମିସା ଦେକି ପାର୍ଲୁସ୍ନି କି ?" ବଲି ପାଚାର୍ଲା ।
24 ସେ ଚାରିବେଡ୍ତି ଦେକିକରି କଇଲା, "ମୁଇ ଲକ୍ମନ୍ ଇଣ୍ଡ୍ବାଟା ଦେକିପାର୍ଲିନି, ମାତର୍ ସେମନ୍ ଗଚ୍ପାରା ଡିସ୍ଲାଇନି" ବଲିକରି କଇଲା ।
25 ଜିସୁ ଆରିତରେକ୍ ସେ କାଣାଲକର୍ ଆଁକିତେଇ ଆତ୍ସଙ୍ଗ୍ ଚିଇଲା । ସେଦାପ୍ରେ ଅନି ତାର୍ ଆଁକି ନିମାନ୍ ଅଇଗାଲା ଆରି ପୁରାପୁରୁନ୍ ନିମାନ୍ ଦେକିପାର୍ଲା । 26 ଆରି ଜିସୁ ତାକେ କଇଲା, "ଏବେ ତୁଇ ଗାଏଁ ନ ଜାଆ, ମାତର୍ ତର୍ ନିଜର୍ ଗରେ ଉଟିଜା" ବଲିକରି ପାଟାଇଦେଲା ।