34 ତାର୍ପଚେ ଜିସୁ ସିସ୍ମନ୍କେ ଆରି ଲକ୍ମନ୍କେ ତାର୍ଲଗେ ଡାକିକରି କଇଲାଇ "କେ ମର୍ ସିସ୍ ଅଇବାକେ ମନ୍ କଲାନି ବଇଲେ, ସେ ତାର୍ ନିଜର୍ ମନ୍ କଲାଟା ଚାଡିଦେଇକରି କୁର୍ସତେଇ ମର୍ବା ଲକ୍ମନ୍ ପାଇବା ଦୁକ୍ କସ୍ଟ ପାରା ଦୁକ୍ କସ୍ଟ ପାଇବାକେ, ତିଆର୍ ଅଇକରି ମର୍ସଙ୍ଗ୍ ଆଇବାର୍ ଆଚେ । 35 ମାତର୍ କେ ନିଜର୍ ଜିବନ୍ ରକିଆ କର୍ବାକେ ମନ୍ କର୍ସି, ସେ ସେଟା ଆରାଇସି, ମାତର୍ ଜେ ମର୍ ଲାଗି ଆରି ସୁବ୍କବର୍ ଜାନାଇବାକେ ତାର୍ ଜିବନ ଆରାଇସି ବଇଲେ, ସେ ତାର୍ ଜିବନ୍ ରକିଆ କର୍ସି । 36 ଜଦି ଗଟେକ୍ ଲକ୍ ଦୁନିଆର୍ ସବୁ ଜିନିସ୍ ପାଇକରି, ନିଜର୍ ଜିବନ୍ ଆରାଇସି, ସେଟା ତାର୍ପାଇ କାଇ ଲାବ୍ ନାଇ । 37 ଆରି ତାର୍ ଆତ୍ମାର୍ ବାଦୁଲେ କାଇଟା ଦେଲେ ମିସା ସମାନ୍ ନ ଅଏ । 38 ପର୍ମେସର୍କେ ଚାଡିକରି ରଇବା ଏ କାରାପ୍ ଦୁନିଆଇ, ଲକ୍ମନ୍ ଜଦି ମର୍ ଲାଗି ଆରି ମର୍ କାତାର୍ ଲାଗି ଲାଜ୍ ଅଇବାଇ, ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ମୁଇ ମିସା ମର୍ ବାବାର୍ ବେସି ଉଜଲ୍ ଆରି ଡାକ୍ପୁଟା ସଙ୍ଗ୍ ଆରି ସରଗର୍ ସୁକଲ୍ ଦୁତ୍ମନର୍ ସଙ୍ଗ୍ ଆଇଲାବେଲେ, ସେମନ୍କେ ମର୍ଲକ୍ମନ୍ ବଲି କଇବାକେ ମୁଇ ମିସା ଲାଜ୍ ଅଇବି ।"