ଜିସୁର୍ ଆନିଦାଦିମନର୍ ନାଉଁ ତାଲିକା
1 ଏଟା ଅଇଲାନି ଜିସୁକିରିସ୍ଟର୍ ଆନିଦାଦିମନର୍ ନାଉଁ ତାଲିକା । ସେ ଦାଉଦ୍ ବଁସର୍ ରଇଲା ଆରି ଦାଉଦ୍ ଅବ୍ରାଆମ୍ ବଁସର୍ ରଇଲା ।
2 ଅବ୍ରାଅମର୍ ପଅ ଇସାକ୍, ଇସାକର୍ ପଅ ଜାକୁବ୍, ଜାକୁବର୍ ପଅ ଜିଉଦା ଆରି ତାର୍ ବାଇମନ୍ । 3 ଜିଉଦା ପେରସ୍ ଆରି ଜେରଅର୍ ବାବା ରଇଲା, ତାକର୍ ମାଆ ଅଇଲାନି ତାମର୍ । ପେରସର୍ ପଅ ଏସ୍ରନ୍ । 4 ଏସ୍ରନର୍ ପଅ ଆରାମ୍, ଆରାମର୍ ପଅ ଅମିନାଦବ୍ ଅମିନାଦବର୍ ପଅ ନଅସନ୍, ନଅସନର୍ ପିଲା ସଲ୍ମନ୍ 5 ସଲ୍ମନର୍ ପଅର୍ ନାଉଁ ବୟଜ୍, ବୟଜର୍ ମାଆ ରାଅବ୍ । ବୟଜର୍ ପଅର୍ ନାଉଁ ଅବେଦ୍ ଆରି ଅବେଦର୍ ମାଆର୍ ନାଉଁ ରୁତ୍ । ଅବେଦର୍ ପଅ ଜସୟ,
6 ଦାଉଦ୍ ରାଜାର୍ ସାସନ୍ ବେଲେ ଅନି ଜେଡେବଲ୍ ଇସ୍ରାଏଲ୍ ଲକ୍ମନ୍କେ ବାବିଲନ୍ ଦେସେ ବାନ୍ଦି ନେଇରଇଲା ଜାକ ସେତ୍କି ଆନିଦାଦିମନର୍ ତାଲିକା ଆଚେ । ଜସୟର୍ ପଅ ଦାଉଦ୍ ରାଜା । ଉରିୟର୍ ମାଇଜିର୍ ପେଟେ ଅନି ସଲ୍ମନ୍କେ ଜନମ୍ ଦେଲା, 7 ସଲମନର୍ ପଅ ରିଅବିୟାମ୍ ରିଅବିୟାମର୍ ପଅ ଅବିୟ । 8 ଅବିୟର୍ ପଅ ଆସା, ଆସାର୍ ପଅ ଜିଅସାପଟ୍, ଜିଅସାପଟର୍ ପଅ ଜରାମ୍, ଜରାମର୍ ପଅ ଉଜିୟ । 9 ଉଜିୟର୍ ପଅ ଜତାମ୍, ଜତାମର୍ ପଅ ଆଅସ୍, ଆଅସର୍ ପଅ ଇଜକିୟ । 10 ଇଜକିୟର୍ ପଅ ମନସେଅ, ମନସେଅର୍ ପଅ ଆମନ୍, ଆମନର୍ ପଅ ଜସିୟ । 11 ଜସିୟ ବାବିଲନ୍ ନଅରେ ବାସା ଅଇରଇଲା ବେଲେ, ଜିକନିୟ ଆରି ତାର୍ ବାଇମନ୍ ଜନମ୍ ଅଇଲାଇ ।
12 ବାବିଲନେ ବନ୍ଦିଅଇ ସାର୍ଲା ପଚେଅନି ଜିସୁର୍ ଜନମ୍ ଜାକ ଏତ୍କି ଆନିଦାଦିମନର୍ ତାଲିକା ଆଚେ । ଜିକନିୟ ବାବିଲନେ ବାସାଅଇରଇଲା ବେଲେ, ସଲ୍ଟିଏଲ୍ ଜନମ୍ ଅଇଲା, ସଲ୍ଟିଏଲର୍ ପଅ ଜିରୁବାବେଲ୍, 13 ଜିରୁବାବେଲର୍ ପଅ ଅବିଉଦ୍, ଅବିଉଦର୍ ପଅ ଏଲିୟାକିମ୍, ଏଲିୟାକିମର୍ ପଅ ଅଜୁର୍ । 14 ଅଜୁର୍ ପଅ ସାଦକ୍, ସାଦକର୍ ପଅ ଆକିମ୍, ଜାକିନର୍ ପଅ ଏଲିଉଦ୍, ଏଲିଉଦର୍ ପଅ ଏଲାଜାର୍, ଏଲାଜାରର୍ ପଅ ମତ୍ତାନ୍ । 15 ମତ୍ତାନର୍ ପଅ ଜାକୁବ୍, ଜାକୁବର୍ ପଅ ଜସେପ୍ । 16 ଏ ଜସେପ୍ ମରିୟମ୍କେ ବିବା ଅଇରଇଲା । ମରିୟମର୍ ପେଟେଅନି ଜିସୁ ଜନମ୍ ଅଇରଇଲା । ଜିସୁ କିରିସ୍ଟକେ ମସିଅ ବଲି ମିସା ନାଉଁ ଆଚେ ।
17 ଏନ୍ତାରି ଅବ୍ରାଆମର୍ତେଇ ଅନି ଦାଉଦ୍ ରାଜାର୍ ଜାକ ଚଉଦ ଉତାର୍, ଦାଉଦର୍ତେଇ ଅନି ବାବିଲନ୍ ବନ୍ଦିରଇଲା ଜାକ ଚଉଦ ଉତାର୍, ଆରି ବାବିଲନେ ବନ୍ଦିଅଇରଇଲା ବେଲେଅନି ଜିସୁକିରିସ୍ଟର୍ ଜନମ୍ ଜାକ ଚଉଦ ଉତାର୍ ।