20 ସେ ଏନ୍ତି ଉପାଇ ପାଁଚ୍ଲା ବେଲେ, ଜସେପ୍କେ ଗଟେକ୍ ପର୍ମେସରର୍ ଦୁତ୍ ସପ୍ନେ ଦେକାଇ ଅଇ କଇଲା, ଏ ଦାଉଦର୍ ନାତିର୍ ତିତି ଜସେପ୍, ଡର୍ନାଇ । ମରିୟମ୍କେ ମାଇଜି କରି ସଙ୍ଗଅ । କାଇକେବଇଲେ ସୁକଲ୍ ଆତ୍ମାଇ ଅନି ସେ ଗାଗ୍ଡେ ଅଇଲାଆଚେ ।
21 ୧:୨୧ ଲୁକ୍ ୧:୩୧ ତାର୍ଟାନେଅନି ଗଟେକ୍ ପିଲା ଜନମ୍ ଅଇସି, ତମେ ତାକେ ଜିସୁ ବଲି ନାଉଁ ଦିଆସ୍, କାଇକେବଇଲେ ସେ ତାର୍ ଲକ୍ମନ୍କେ ସେମନର୍ ପାପେଅନି ଉଦାର୍ କର୍ସି ।
22 ଆଇବା ଦିନ୍ମନ୍କେ କାଇଟା ଅଇସି ବଲି, ପର୍ମେସର୍ ଗଟେକ୍ ବବିସତ୍ବକ୍ତାକେ ପାଟାଇ ଜନ୍ କାତା ସୁନାଇରଇଲା, ସେଟା ପୁରାପୁରୁନ୍ ଅଇବାକେ ଏ ସବୁ ଅଇଲା । 23 ଗଟେକ୍ ଦାଙ୍ଗ୍ଡି ଗାଗ୍ଡେ ଅଇ ପିଲା ଜନମ୍ କର୍ସି, ଆରି ସେ ପିଲା ଲକ୍ମନର୍ ଟାନେ ଇମାନୁଏଲ୍ ବଲି ନାମାଇ ଅଇସି, ଏ ନାଉଁର୍ ଅରତ୍ ଅଇଲାନି, ପର୍ମେସର୍ ଆମର୍ ସଙ୍ଗ୍ ଆଚେ ।
24 ଜସେପ୍ ସଇଲା ଟାନେଅନି ଉଟି, ପର୍ମେସରର୍ ଦୁତ୍ ଜେନ୍ତି କଇରଇଲା, ସେନ୍ତି କଲା । ମରିୟମ୍କେ ବିବା ଅଇଲା । 25 ୧:୨୫ ଲୁକ୍ ୨:୨୧ମାତର୍ ସେ ପିଲା ଜନମ୍ ନ ଅଇବା ଜାକ ମରିୟମ୍ ସଙ୍ଗ୍ ସୁଆବସା କରେନାଇ । ଜସେପ୍ ସେ ପିଲାକେ ଜିସୁ ବଲି ନାଉଁ ଦେଲା ।