11 ମୁଇ ତମ୍କେ ସତ୍ କଇଲିନି, ଏ ଦୁନିଆଇ ପୁର୍ବେ ଅନି ଆଜିକେ ଜାକ ଜେତେକ୍ ଲକ୍ ସବୁ ଜନମ୍ ଅଇଲାଇଆଚତ୍, ସବୁ ଲକ୍ମନର୍ ବିତ୍ରେଅନି ଡୁବନ୍ ଦେଉ ଜଅନ୍ ବଡ୍ । ମାତର୍ ସରଗ୍ ରାଇଜେ ଜେ ସବୁର୍ଟାନେଅନି ସାନ୍, ସେ ଜଅନର୍ତେଇ ଅନି ବଡ୍ । 12 ୧୧:୧୨ ଲୁକ୍ ୧୬:୧୬ଡୁବନ୍ ଦେଉ ଜଅନ୍ ପର୍ମେସରର୍ ନିକ କାତା ଜାନାଇବାଟା ଆରାମ୍ କଲାବେଲେ ଅନି ଆଜିକେ ଜାକ ସରଗ୍ ରାଇଜ୍ ନେଇକରି ବେସି ଜୁଇଦ୍ ଚାଲ୍ଲାଆଚେ । ଦୟା ମାୟା ନଇଲା ଲକ୍ମନ୍ ତାକର୍ ବପୁସଙ୍ଗ୍ ସରଗ୍ ରାଇଜ୍ ଅଦିକାର୍ କର୍ବାକେ ଚେସ୍ଟା କଲାଇନି ।