ଜିସୁର୍ ଗରର୍ ଲକ୍ମନ୍
46 ଜିସୁ ଜେଡେବେଲା ତେଇ ରୁଣ୍ଡିରଇଲା ଲକ୍ମନ୍କେ କାତା ସୁନାଇତେ ରଇଲା, ତାର୍ ଆୟା ଆରି ବାଇମନ୍ ଆସି ଡାଣ୍ଡେ ଟିଆଅଇରଇଲାଇ । ସେମନ୍ ଜିସୁର୍ ସଙ୍ଗ୍ କାତାଅଇବାକେ ମନ୍ କର୍ତେ ରଇଲାଇ । 47 ସେଡିକି ବେଲେ ଗଟେକ୍ ଲକ୍ ଜିସୁକେ କଇଲା, "ତର୍ ଆୟା ଆରି ବାଇମନ୍ ଡାଣ୍ଡେ ଜାଗ୍ଲାଇ ଆଚତ୍, ସେମନ୍ ତର୍ ସଙ୍ଗ୍ କାତା ଅଇବାକେ ମନ୍ କଲାଇନି ।"
48 ଜିସୁ ସେମନ୍କେ କଇଲା, "କାକେ ମର୍ ଆୟା ଆରି ବାଇମନ୍ ବଲି ବାବ୍ଲାସ୍ନି ?" 49 ତାର୍ ସିସ୍ମନର୍ ବାଟେ ଆତ୍ ଦେକାଇ କଇଲା, "ଏ ଲକ୍ମନ୍ସେ ମର୍ ଆୟା ଆରି ବାଇମନ୍ ଅଇବାଇ । 50 ଜେ ସର୍ଗେ ରଇବା ମର୍ ବାବାର୍ ମନ୍ କଲା ଇସାବେ କାମ୍ କର୍ସି, ସେମନ୍ ଆକା ମର୍ ବାଇ, ବଇନି ଆରି ଆୟା ଅଇବାଇ ।"