14 ଜିସାୟ ବବିସତ୍ବକ୍ତା କଇରଇବା ବାକିଅ ପୁରାପୁରୁନ୍ ଅଇଲା ।
ଏ ଲକ୍ମନ୍ ସୁନି ସୁନି ମିସା କାଇଟା ନ ବୁଜତ୍
ଦେକ୍ତେରଇବାଇ, ମାତର୍ ନ ଦେକ୍ଲା ପାରା ।
15 କାଇକେ ବଇଲେ ସେମନର୍ ବୁଦି ଉନା ।
ସେମନ୍ କାନେ ଚୁଟିଅଇ ଦେଇଆଚତ୍
ଆରି ଆଁକି ଲିମିଦେଇ ଆଚତ୍ ।
ସେନ୍ତାର୍ ନ ଅଇରଇଲେ ସେମନ୍ ଦେକିପାର୍ତାଇ,
ସୁନିପାର୍ତାଇ ଆରି ମର୍ ଲଗେ ବାଉଡି ଆଇତାଇ ।
ସେମନ୍କେ ମୁଇ ନିକ କରିଦେଇତି ।