ସର୍ସୁ ମୁଞ୍ଜିର୍ ଉଦାଅରଣ୍
31 ଜିସୁ ଆରି ଗଟେକ୍ ବିସଇ କଇଲା, "ସରଗ୍ ରାଇଜ୍ ଏନ୍ତାରି ଗଟେକ୍ ଲକ୍ ତାର୍ ଜମିଟାନେ ସର୍ସୁ ମୁଞ୍ଜି ତପିଦେଲା । 32 ସେ ମୁଞ୍ଜି ସବୁର୍ଟାନେଅନି ସାନ୍ ଅଇଲେ ମିସା ତେଇଅନି ଜନ୍ ଗଚ୍ ଅଇଲା, ଜମିଟାନେ ରଇଲା ବିନ୍ ଗଚ୍ମନର୍ତେଇଅନି ଅଦିକ୍ ଡେଙ୍ଗ୍ ଅଇ ଜୁଜୁରା ଅଇଲା । ଆରି ସେ ଗଚେ ଚଡଇମନ୍ ବାସା ଅଇଲାଇ ।"