38 ଏ ଦୁନିଆ ଅଇଲାନି ଜମି । ଜେମନ୍ ସରଗ୍ ରାଇଜର୍ ଲକ୍, ସେମନ୍ ନିକ ବିଅନ୍ । ଜୁଡ୍ ଗାଁସ୍ ଅଇଲାନି ସଇତାନର୍ ବାଟେ ଜିବା ଲକ୍ । 39 ଜନ୍ ବିରଦି ଲକ୍ ଜୁଡ୍ ଗାଁସ୍ ମୁଞ୍ଜି ବୁନ୍ଲା, ସେ ସଇତାନ୍ । କାଟାବେଟାର୍ ବେଲା ଅଇଲାନି ଜୁଗ୍ ସାର୍ବା ଦିନ୍ । ତାସ୍ କାଟ୍ବା ଲକ୍ମନ୍ ଅଇଲାଇନି ସରଗର୍ ଦୁତ୍ମନ୍ ।