ମାଚ୍ ଜାଲର୍ କାତା
47 ସରଗ୍ ରାଇଜ୍ ଗଟେକ୍ ମାଚ୍ ଦାର୍ବା ଜାଲ୍ ପାରା । କେଉଟ୍ମନ୍ ଗାଡେ ଜାଲ୍ ପାକାଇ ବିନ୍ବିନ୍ ରକାମର୍ ମାଚ୍ ଦାର୍ବାଇ ।
48 "ଜାଲ୍ ବର୍ତି ଅଇଗାଲେ କଣ୍ଡିତେଇ ଜିକିଆନି ନିକନିକ ମାଚ୍ ବାଚି କରି ମୁର୍ଡିତେଇ ସଙ୍ଗଇବାଇ ଆରି ବେଙ୍ଗ୍ଟିମାଚ୍ ପାରାଟାମନ୍ ପିଙ୍ଗି ଦେବାଇ । 49 ଜୁଗ୍ ସାର୍ବା ବେଲେ ଏନ୍ତାରି ଅଇସି । ସରଗର୍ ଦୁତ୍ମନ୍ ଦରମ୍ ଲକର୍ ଟାନେଅନି ପାପିମନ୍କେ ବେଗ୍ଲାଇବାଇ । 50 ସେମନ୍କେ ଲାଗ୍ବା ଜଇଟାନେ ପିଙ୍ଗିଦେବାଇ । ତେଇ ସେମନ୍ ମାରିଚପିଅଇ କାନ୍ଦି କସ୍ଟେ ମସ୍ଟେ ଦାତ୍ କାତ୍ରିଅଇବାଇ ।"