ଜିସୁ ପାନି ଉପ୍ରେ ଇଣ୍ଡ୍ଲା
22 ତାର୍ପଚେ ଜିସୁ ସିସ୍ମନ୍କେ ଡଙ୍ଗାଇ ବସାଇ ଗାଡ୍ ସେପାଟେ ଜିବାକେ କଇଲା । ସେ ନିଜେ ପଚେ ରଇଜାଇକରି ଲକ୍ମନ୍କେ ପାଟାଇତେ ରଇଲା । 23 ସେ ଏକ୍ଲାସେ ପାର୍ତନା କର୍ବାକେ ଗଟେକ୍ ଡଙ୍ଗର୍ ଉପ୍ରେ ଗାଲା ଆରି ସଞ୍ଜ୍ ଅଇବା ଜାକ ଜିସୁ ଗଟେକ୍ ଲକ୍ସେ ତେଇ ରଇଲା । 24 ସେଡ୍କି ବେଲେ ଡଙ୍ଗା କଣ୍ଡିଅନି ବେସି ଦୁର୍ ଗାଡ୍ ବିତ୍ରେ ଉଟିଜାଇରଇଲା । ଆରି ଜବର୍ ପବନ୍ କଲାଜେ, ଲଅଡି ଟଲ୍ମଲି ଜାଇତେରଇଲା ।
25 କୁକ୍ଡା ଡାକେ, ଏଦେ ଦେକା ! ଜିସୁ ପାନି ଉପ୍ରେ ଇଣ୍ଡି ଇଣ୍ଡି ସିସ୍ମନର୍ ଲଗେ ଆଇଲା । 26 ସିସ୍ମନ୍ ତାକେ ଦେକି କିଲ୍ବିଲ୍ ଅଇଗାଲାଇ । ଡରର୍ମାଡେ ଡୁମା ବଲି କିର୍କିର୍ଲାଇ ।
27 ସେ ଦାପ୍ରେସେ ଜିସୁ ସେମନ୍କେ ସାଆସ୍ ଦେଇ କଇଲା, "ମୁଇ କାଇକି, ଡରାନାଇ ।"
28 ଜିସୁର୍ ଏ କାତା ସୁନି ପିତର୍ କଇଲା, "ମାପ୍ରୁ ଜଦି ସତଇସେ ତମେ ଅଇରଇସା ବଇଲେ, ମକେ ପାନି ଉପ୍ରେ ଇଣ୍ଡି ଇଣ୍ଡି ତମର୍ ଲଗେ ଆଇବାକେ ଆଦେସ୍ ଦିଆ ।"
29 ଜିସୁ କଇଲା, "ଇଣ୍ଡି ଇଣ୍ଡି ଆଉ ।" ପିତର୍ ଡଙ୍ଗାଇଅନି ବାରଇ, ପାନି ଉପ୍ରେ ଇଣ୍ଡି ଇଣ୍ଡି ଜିସୁର୍ ବାଟେ ଆଇବାର୍ ଦାର୍ଲା । 30 ମାତର୍ ପବନ୍ ଜବର୍ ଆଇବାଟା ଦେକିକରି ଡରିଗାଲା ଆରି ପାନିଟାନେ ବୁଡିଜିବାର୍ ଦାର୍ଲା । ତେବେ ଆକ୍ମାରି କରି ଡାକ୍ଲା ଏ ମାପ୍ରୁ ମକେ ରକିଆ କର୍ !
31 ଜିସୁ ସେ ଦାପ୍ରେ, ଆତ୍ ଲାମାଇକରି ତାକେ ଦାରିକରି କଇଲା, "ଏ ଅଲପ୍ ବିସ୍ବାସ୍ କରୁ, କାଇକେ ଦୁଇମନିଆ ଅଇଲୁସ୍ନି ?"
32 ମାତର୍ ସେମନ୍ ଡଙ୍ଗାଇ ଚଗ୍ଲାକେ ପବନ୍ ବନ୍ଦ୍ଅଇ ଗାଲା । 33 ଡଙ୍ଗାଇ ରଇଲା ଲକ୍ମନ୍ ଜିସୁକେ ଜୁଆର୍ କରି କଇଲାଇ, "ତମେ ସତ୍ସେ ମାପ୍ରୁର୍ ପିଲା ।"