15 ଜିସୁ ପାଚାର୍ଲା, "ମୁଇ କେ ବଲି ତମେ କାଇଟା ବଇଲାସ୍ନି ?"
16 ସିମନ୍ ପିତର୍ କଇଲା, "ତମେ କିରିସ୍ଟ, ମସିଅ, ଜିବନ୍ ରଇବା ପରମେସରର୍ ପିଲା ।"
17 ଜିସୁ କଇଲା, "ନିମାନ୍, ଜୁନସର୍ ପିଲା, ପିତର୍ ! ଏଟା ସତ୍, ତୁଇ ମୁନୁସର୍ଟାନେ ଅନି କଉସ୍ ନାଇ । ମର୍ ସରଗର୍ ବାବା ତକେ ଜାନାଇଲାକେ ତୁଇ କଇଲୁସ୍ ।