ଜିସୁ ରୁପ୍ ବାଦ୍ଲାଇବାଟା
1 ଚଅ ଦିନ୍ପଚେ ଜିସୁ ପିତର୍, ଜାକୁବ୍ ଆରି ଜଅନ୍ ଦୁଇ ବାଇକେ ନେଇ ଗଟେକ୍ ଡେଙ୍ଗ୍ ଡଙ୍ଗ୍ରେ ଗାଲା । ତେଇ କେ ମିସା ନ ରଇଲାଇ । 2 ସିସ୍ମନ୍ ଦେକ୍ଲା ଦାପ୍ରେ ଜିସୁ, ଗଟେକ୍ ଦେକ୍ଲେ କାବା ଅଇଜିବା ରୁପ୍ ଅଇ ବାଦ୍ଲି ଗାଲା । ତାର୍ ମୁ ବେଲ୍ ପାରା ଉଜଲ୍ ଅଇଲା ଆରି ପଚିଆର୍ ଉଜଲ୍ ପୁଲ୍ପାରା ଦବ୍ ଡିସ୍ଲା । 3 ସିସ୍ମନ୍ ମସା ଆରି ଏଲିୟ ଜିସୁର୍ ସଙ୍ଗ୍ କାତାବାର୍ତା ଅଇବାଟା ଦେକ୍ଲାଇ । 4 ପିତର୍ ଜିସୁକେ କଇଲା, "କେଡେ ସୁକର୍ କାତା, ଆଜି ଆମେ ଇତି ଆଚୁ । ତମେ ଜଦି ମନ୍ କର୍ସା, ଇତି ମୁଇ ତିନ୍ଟା କୁଡିଆ ତିଆର୍ କର୍ବି । ତମର୍ ପାଇ ଗଟେକ୍, ମସା ଆରି ଏଲିୟର୍ ପାଇ ଦୁଇଟା ।"
5 ୧୭:୫ ମାତିଉ ୩:୧୭;୧୨:୧୮; ମାର୍କ ୧:୧୧; ଲୁକ୍ ୩:୨୨ ୧୭:୫ ୨ ୟ ପିତର୍ ୧:୧୭,୧୮ ପିତର୍ ଏଟା କଇବାବେଲେ ଏଦେ ଦେକା ! କଣ୍ଡେକ୍ ବାଦଲ୍ ଉଜଲ୍ ଅଇ ସେମନର୍ ଉପ୍ରେ ଉଡି ଆଇଲା ଆରି ତେଇଅନି ଗଟେକ୍ ସର୍ ଆଇଲା "ଏ ମର୍ ଆଲାଦର୍ ପଅ, ଆର୍ ଲଗେ ମୁଇ ବେସି ସାର୍ଦା । ତାର୍ କାତା ମନ୍ ଦେଇ ସୁନା ।"