20 ୧୭:୨୦ ମାତିଉ ୨୧:୨୧; ମାର୍କ ୧୧:୨୩; ୧ମ କରନ୍ତିୟ ୧୩:୨ ଜିସୁ ସେମନ୍କେ କଇଲା, "ତମର୍ ବିସ୍ବାସ୍ ବେସି ଦୁର୍ବଲ୍ । ମୁଇ ତମ୍କେ ସତ୍ କଇଲିନି, ଜଦି ଗଟେକ୍ ସର୍ସୁ ମୁଞ୍ଜି ଏତ୍କି ତମର୍ ବିସ୍ବାସ୍ ରଇଲେ, ଏ ଡଙ୍ଗର୍, ଇତିଅନି ତେଇ ଗୁଚି ଜିବାକେ କଇଲେ, ସେଟା ଗୁଚି ଜାଇସି । ବିସ୍ବାସର୍ ଲାଗି ତମେ ସବୁ ବିସଇ କରିପାରାସ୍ ।"
ଜିସୁ ନିଜର୍ ମରନ୍ ବିସଇ ଆରି ତରେକ୍ କଇଲା
21 ମାତର୍ ଉପାସ୍ ରଇକରି ପାର୍ତନା ନ କଲେ, କାଇ ବିନ୍ ଉପାଇ ନେଇ ମିସା ଏନ୍ତାରି ଡୁମା ବାରଇ ନ ଜାଏ ୧୭:୨୧ ଏ ପଦ୍ ସବୁ ।