ସରଗ୍ ରାଇଜେ ସବୁର୍ଟାନେଅନି କେ ବଡ୍
1 ୧୮:୧ ଲୁକ୍ ୨୨:୨୪ ସେ ବେଲେ ସିସ୍ମନ୍ ଜିସୁକେ ପାଚାର୍ଲାଇ, "ସରଗ୍ ରାଇଜେ ସବୁର୍ଟାନେଅନି କେ ବଡ୍ ?" 2 ଜିସୁ ଗଟେକ୍ ସାନ୍ ପିଲାକେ ଡାକି ସେମନର୍ ଲଗେ ଟିଆକରାଇ କଇଲା, 3 ୧୮:୩ ମାର୍କ ୧୦:୧୫; ଲୁକ୍ ୧୮:୧୭"ମୁଇ ତମ୍କେ ସତ୍ କଇଲିନି, ତମର୍ ମନ୍ ବାଦ୍ଲାଇ ସାନ୍ ପିଲାମନର୍ ପାରା ନ ଅଇଲେ ସରଗ୍ ରାଇଜେ କେବେ ପୁରି ନାପାରାସ୍ । 4 ଜେ ନିଜ୍କେ ସୁଆଲ୍ କରି ସାନ୍ ପିଲାପାରା ଅଇସି, ସେ ସରଗ୍ ରାଇଜେ ସବୁର୍ଟାନେଅନି ବଡ୍,