ଜିସୁ ସାନ୍ ପିଲାମନ୍କେ ଆସିର୍ବାଦ୍ କଲା
13 କେତେ ଲକ୍ ପିଲାମନର୍ ଉପ୍ରେ ଆତ୍ ସଙ୍ଗଇ ପାର୍ତନା କର୍ବାକେ, ସେମନ୍କେ ଜିସୁର୍ ଲଗେ ଆନ୍ଲାଇ । ମାତର୍ ସିସ୍ମନ୍ ସେମନ୍କେ ଦମ୍କାଇଲାଇ । 14 ମାତର୍ ଜିସୁ କଇଲା, "ସାନ୍ ପିଲାମନ୍କେ ମର୍ ଲଗେ ଆଇବାକେ ବାଟ୍ ଦିଆସ୍ । ସେମନ୍କେ ମନା କରା ନାଇ । କାଇକେ ବଇଲେ ଏମନ୍ ଆକା ସରଗ୍ ରାଇଜେ ରଇବା ଲକ୍ ।"
15 ଜିସୁ ପିଲାମନର୍ ଉପ୍ରେ ଆତ୍ ସଙ୍ଗଇ ଆସିର୍ବାଦ୍ କଲା । ପଚେ ସେ ତେଇଅନି ଉଟିଗାଲା ।