ଅଙ୍ଗୁର୍ ବାଡର୍ ବୁତିଆର୍ମନ୍
1 ସରଗ୍ ରାଇଜ୍ କେନ୍ତିଟା, ଏଟାର୍ ପାଇ ଆରି ଗଟେକ୍ କାତା ସୁନା । ଦିନେକ୍ ଗଟେକ୍ ଲକ୍ ସାକାଲ୍ ସାକାଲ୍ ତାର୍ ଅଙ୍ଗୁର୍ ବାଡେ କାମ୍ କରାଇବାକେ କୁଲିଆର୍ମନ୍କେ କଜ୍ବାର୍ ବାରଇଲା । 2 ସେ ଜନ୍ ଲକ୍ମନ୍କେ ମିସ୍ଲା, ସେମନ୍କେ ଗଟେକ୍ ଦିନ୍କେ, ଗଟେକ୍ ଲାକା ରୁପାଟାଙ୍ଗା କୁଲି ଦେବାକେ ରାଜି କରି ତାର୍ ବାଡେ ପାଟାଇଲା । 3 ତାର୍ ପଚେ ସାକ୍ଲିଆ ନଅଟା ବେଲେ ଆଟେ ଜାଇ, ଗଟେକ୍ ଦଲର୍ ଲକ୍ କାଇ କାମ୍ ନ କରି ଟିଆଅଇ ରଇଲାଟା ଦେକ୍ଲା । 4 ସେ ଲକ୍ ସେମନ୍କେ କଇଲା, "ତମେ ମିସା ମର୍ ଅଙ୍ଗୁର୍ ବାଡେ ଜାଇ କାମ୍ କରା, ତମ୍କେ ମିସା ସମାନ୍ ଇସାବେ ବୁତି ଦେବି ।" 5 ସେମନ୍ ଜାଇ କାମ୍ କର୍ବାର୍ ଦାର୍ଲାଇ । ସେନ୍ତାରିସେ ମୁଣ୍ଡ୍ବେଲାଇ, ଆଡ୍ବେଲାଇ ମିସା ଆରି କେତେଟା କୁଲିଆର୍ମନ୍କେ ଆନି କାମେ ମିସାଇଲା । 6 ସଞ୍ଜୁଆ ପାଁଚ୍ଟା ବେଲା ଆରି ତରେକ୍ ଆଟେ ଜାଇ ଆରି କେତେ ଲକ୍ ଚୁଚାଇ ଟିଆଅଇରଇବାଟା ଦେକ୍ଲା । ସେମନ୍କେ ପାଚାର୍ଲା "ଗୁଲାଇ ମୁଇଦାନ୍ କାମ୍ ନ କରି କାଇକେ ଇତି ଉଜେ ଉଜେ ଆଚାସ୍ ?" 7 ସେମନ୍ ତାକେ କଇଲାଇ, "ଆମ୍କେ ତା କେ ମିସା କାମେ ମିସାଅତ୍ ନାଇ ।" ସାଉକାର୍ ସେମନ୍କେ କଇଲା "ସେନ୍ତାର୍ଆଲେ ତମେ ସବୁ ଲକ୍ ମର୍ ଅଙ୍ଗୁର୍ ବାଡେ ଜାଇ କାମ୍ କରା ।"
8 ସେ ଦିନେ ସଞ୍ଜ୍ ଅଇଲାକେ ଅଙ୍ଗୁର୍ ବାଡର୍ ସାଉକାର୍ ଗୁମୁସ୍ତାକେ କଇଲା, "କୁଲିଆର୍ମନ୍କେ ଡାକ୍ । ଜନ୍ ଲକ୍ମନ୍ ସବୁର୍ ପଚେ କାମ୍ ଦାର୍ଲାଇ, ସେମନ୍କେ ଆଗେ ବୁତି ଦେଇଦେସ୍ । ଜନ୍ ଲକ୍ମନ୍ ସବୁର୍ତେଇଅନି ପର୍ତୁମ୍ କାମେ ମିସି ଆଚତ୍, ସେମନ୍କେ ତାକର୍ ବୁତି ସାରାସାରି ପଚେ ଦେସ୍ ।" 9 ଜନ୍ ଲକ୍ମନ୍ ସଞ୍ଜୁଆ ପାଁଚ୍ଟା ବେଲେ କାମେ ମିସି ରଇଲାଇ ସେମନ୍କେ ସବୁ ଲକ୍କେ ଗଟେକ୍ ଗଟେକ୍ ରୁପା ଟାଙ୍ଗା ଦେଲାଇ । 10 ଜନ୍ ଲକ୍ମନ୍ ପର୍ତୁମ୍ କାମ୍ ଆରାମ୍ କରି ରଇଲାଇ, ସେମନ୍କେ ଅଦିକ୍ ବୁତି ମିଲ୍ସି ବଲି ଆସା କଲାଇ । ମାତର୍ ସେମନ୍ ମିସା ଗଟେକ୍ସେ ରୁପା ଟାଙ୍ଗା ମିଲାଇଲାଇ । 11 ସେମନ୍ ସେତ୍କି ନେଇ ମୁର୍ମୁରା ଅଇକରି ସାଉକାରର୍ ବିରୁଦେ କଇଲାଇ, 12 "ସଞ୍ଜୁଆ ପାଁଚ୍ଟା ବେଲେ କାମ୍ ଆରାମ୍ କଲା କୁଲିଆର୍ମନ୍ ଏକାଇ ଗଟେକ୍ ଗଁଟାସେ କାମ୍ କଲାଇ ଆଚତ୍ । ଆମେ ଟାଇ ଟାଇ କାରାଇ, ଦିନ୍ଜାକ କଟ୍ଲୁ, ଏଲେ ମିସା ବୁତି ଦେବା ବେଲେ ଆମ୍କେ ମିସା ସେମନର୍ ସଙ୍ଗ୍ ସମାନ୍ କରିଦେଲାସ୍ ।"
13 ସାଉକାର୍ ସେମନର୍ ବିତ୍ରେଅନି ଗଟେକ୍ ଲକ୍କେ କଇଲା, "ମଇତର୍ ମୁଇ ତମ୍କେ ନାଡାଇ ନାଇ । ଗଟେକ୍ ଦିନର୍ ବୁତି ପାଇ ଗଟେକ୍ ରୁପା ଟାଙ୍ଗା ନେଇ କାମ୍କର୍ବାକେ ତମେତା ସବୁ ଲକ୍ ରାଜି ଅଇରଇଲାସ୍ । 14 ତମର୍ ସେତ୍କି ବୁତି ଦାରି ଗରେ ଜାଆ । ତମ୍କେ ଜେତ୍କି ଦେଲି ଆଚି, ଗଟେକ୍ ଗଁଟା କାମ୍ କରିରଇବା ଲକ୍ମନ୍କେ ମିସା ସେତ୍କିସେ ଦେବାକେ ମର୍ ମନ୍ । 15 ମର୍ ନିଜର୍ ଦନ୍, ମୁଇ ଜେନ୍ତି ମନ୍ କଲିନି, ସେନ୍ତି କର୍ଚ କର୍ବାକେ ମର୍କାଇ ଅଦିକାର୍ ନାଇ କି ? କି ମୁଇ ଦାନ୍ ଇସାବେ ଦେଲିନି ବଲି ଆଁକାର୍ ଅଇଲାସ୍ନି ?"
16 ୨୦:୧୬ ମାତିଉ ୧୯:୩୦; ମାର୍କ ୧୦:୩୧; ଲୁକ୍ ୧୩:୩୦ ଜିସୁ ଏ କାତା କଇସାରାଇ କଇଲା, "ଜନ୍ ଲକ୍ମନ୍ ଏବେ ପଚେ ଆଚତ୍ ସେମନ୍, ଆଗ୍ତୁ ଅଇବାଇ । ଆରି ଜନ୍ ଲକ୍ମନ୍ ଆଗ୍ତୁ ଆଚତ୍ ସେମନ୍ ପଚେ ସେ ରଇଜିବାଇ ।"