ଗଟେକ୍ ମାଆର୍ ଗୁଆରି
20 ସେଡିକିବେଲେ ଜେବଦିର୍ ମାଇଜି ତାର୍ ଦୁଇଟା ପିଲାମନର୍ ସଙ୍ଗ୍ ଜିସୁର୍ଲଗେ ଆସି ତାକେ ଜୁଆର୍କରି, ଗଟେକ୍ ବିସଇ ମାଙ୍ଗ୍ଲା ।
21 ଜିସୁ ତାକେ ପାଚାର୍ଲା, "ତୁଇ କାଇଟା ମନ୍ କଲୁସ୍ନି ?" ସେ କଇଲା, "ଜେଡେବଲ୍ ତମେ ତମର୍ ରାଇଜେ ରାଜା ଅଇସା, ମର୍ ଏ ଦୁଇଟା ପିଲାମନ୍କେ ତମର୍ ଡେବ୍ରି ବାଟେ ଆରି ଉଜା ବାଟେ ବସାଇବି ବଲି ମକେ କାତା ଦିଆ ।"
22 ଜିସୁ ଜେବଦିର୍ ପିଲାମନ୍କେ କଇଲା, "ତମେ କାଇଟା ମାଗ୍ଲାସ୍ନି ସେଟା ବୁଜି ନାପାର୍ଲାସ୍ନି । ମୁଇ ଜନ୍ ଦୁକ୍ପୁରୁନ୍ ମୁତାର୍ ପାନି କାଇବାର୍ ଗାଲିନି, ତମେ କାଇ ପାରାସ୍ କି ?" ସେମନ୍ "ଉଁ" ବଲି କଇଲାଇ ।
23 ଜିସୁ ସେମନ୍କେ କଇଲା, "ତମେ, ମର୍ ମୁତାର୍ ପାନି କାଇଲେ କାଇପାରାସ୍ । ମାତର୍ ମର୍ ଉଜା ବାଟେ ଆରି ଡେବ୍ରି ବାଟେ କେ ବସିପାରେ ସେଟା ବାଚ୍ବାକେ ମର୍ ଅଦିକାର୍ ନାଇ । ଜନ୍ ଲକ୍ମନର୍ ପାଇ ମର୍ ବାବା ସେ ଜାଗା ତିଆର୍ କଲା ଆଚେ, ସେଟା ସେମନର୍ ପାଇ ଆକା ।"