ଜିରୁସାଲାମ୍ ଜିସୁ ଡାକ୍ପୁଟାରେ ଜିବାଟା
1 ଜିସୁ ଆରି ତାର୍ ସିସ୍ମନ୍ ଜିରୁସାଲାମ୍ ଲଗାଲଗି ଅଇ କଣ୍ଡେକ୍ ଦୁର୍ ଜାଇ ଡଙ୍ଗର୍ଲଗେ ରଇଲା ବେତ୍ପାଗି ଆରି ବେତିନିଆ ନାଉଁର୍ ଗାଏଁ କେଟ୍ଲାଇ । ତାର୍ ଦୁଇଟା ସିସ୍ମନ୍କେ ଆଦେସ୍ ଦେଇ କଇଲା, 2 "ତମେ ମୁଆଟେ ରଇଲା ସେ ଗାଏଁ ଜାଆ । ତେଇ କେଟ୍ଲା ଦାପ୍ରେ, ଗଟେକ୍ ଗଦ ବାନ୍ଦିଅଇ ରଇବାଟା ଦେକ୍ସା ଆରି ତାର୍ ଲଗେ ତାର୍ ପିଲା ଆଚେ । ସେମନ୍କେ ମେଲି ମର୍ଲଗେ ଦାରି ଆସା । 3 କେ ଜଦି କାଇ ବଲି ପାଚାର୍ଲେ କଇସା, ‘ଏଟା ସାଉକାର୍କେ ଦର୍କାର୍ ଆଚେ ।’ ସେଡ୍କି ଦାପ୍ରେ ସେ ଗଦମନ୍କେ ଚାଡିଦେଇସି ।"
4 ଏ ଗଟ୍ନାଅନି ବାବବାଦିମନ୍ ଲେକି ରଇଲା କାତା ସିଦ୍ ଅଇଲା ।
5 " ସିଅନ୍ ଗଡେ କୁଆ !
ଦେକା, ତମର୍ ରାଜା ତମର୍ ଲଗେ ଆଇଲାନି,
ସେ କେଡେ ସୁଆଲ୍ ଗଦପିଲାର୍ ପିଟିତେଇ ବସ୍ଲାଆଚେ
ଦେକା, ସେ ଗଦପିଲା ଉପ୍ରେ ବସିଆଇଲାନି ।"
6 ସିସ୍ମନ୍ ଜାଇ ଜିସୁ କଇବା ଇସାବେ କଲାଇ । 7 ଗଦ ଆରି ତାର୍ ପିଲାକେ ଦାରି ଆସି ତାକର୍ ଉପ୍ରେ ଲୁଗାମନ୍ ଅଚାଇ ଦେଲାଇ ଆରି ଜିସୁ ଗଦ ଉପ୍ରେ ବସ୍ଲା । 8 ତେଇ ରଇଲା ଲକ୍ମନ୍ ଜିସୁ ଜିବା ବାଟେ ନିଜର୍ ନିଜର୍ ପଚିଆମନ୍ ଅଚାଇ ଦେଲାଇ ଆରି କେତେକ୍ ଲକ୍ମନ୍ କଜ୍ରି ଡାଲ୍ ଆନି କରି ସେ ବାଟେ ଅଚାଇଦେଲାଇ । 9 ଜିସୁର୍ ଆଗ୍ତୁବାଟେ ଆରି ପଚ୍ବାଟେ ଜାଇତେ ରଇଲା ଲକ୍ମନ୍ ଆକ୍ମାରି କରି କଇଲାଇ, "ଦାଉଦର୍ ପଅକେ ଡାକ୍ପୁଟା କରା, ଜେ ମାପ୍ରୁର୍ ନାଉଁ ଦାରି ଆଇଲାନି ତାକେ ପର୍ମେସର୍ ଆସିର୍ବାଦ୍ କର । ପର୍ମେସରର୍ ଡାକ୍ପୁଟା କରା ।"
10 ଜିସୁ ଜିରୁସାଲାମ୍ କେଟ୍ଲାଦାପ୍ରେ ସେ ଗଡର୍ ଲକ୍ମନ୍ ଜିସୁ କେ ? ବଲି କରି ଗୁଲାଇ ବାଟେ ଉଡ୍ରା ଅଇଗାଲା । 11 ଲକ୍ମନ୍ ପାଚାର୍ଲାଇ, "ସେ କେ ?" ବିନ୍ ଲକ୍ମନ୍ କଇଲାଇ, "ସେ ଅଇଲାନି ଗାଲିଲି ରାଇଜେ ରଇବା ନାଜରିତ୍ ଗଡର୍ ବବିସତ୍ବକ୍ତା ଜିସୁ ।"