15 ମୁକିଅ ପୁଜାରିମନ୍ ଆରି ଦରମ୍ ଗୁରୁମନ୍ ତାର୍ କାବା ଅଇଜିବା କାମ୍ ସବୁ ଦେକି ଆରି ପିଲାମନ୍ ଦାଉଦର୍ ପଅର୍ ଜୟ ଜୟ ଅ, ବଲି କଇବାଟା ସୁନି ରିସା ଅଇଗାଲାଇ । 16 ସେମନ୍ ଜିସୁକେ ପାଚାର୍ଲାଇ, "ଏମନ୍ କାଇବଲି କଇଲାଇନି ତୁଇ ସୁନି ପାର୍ଲୁସ୍ନି ?" ଜିସୁ କଇଲା, "ଉଁ ସୁନ୍ଲିନି । ଦରମ୍ ସାସ୍ତରେ କାଇ ଏ କାତା ପଡାସ୍ ନାଇ କି ? ‘ତମେ ପିଲାମନ୍କେ ଆରି କଅଁଲା ପିଲାମନ୍କେ ଟିକ୍ ଇସାବେ ଆରାଦନା କର୍ବାକେ’ ସିକାଇଆଚାସ୍ ?"