ଜିସୁ ଡୁମ୍ରି ଗଚ୍କେ ସାଇପ୍ ଦେଲା
18 ତାର୍ ଆର୍କର୍ ଦିନେ ଜିସୁ ସାକାଲ୍ ସାକାଲ୍ ଜିରୁସାଲାମ୍ ବାଉଡ୍ଲା ବେଲେ ତାକେ ବୁକ୍ କଲା । 19 ବାଟ୍ପାଲି ଗଟେକ୍ ଡୁମ୍ରି ଗଚ୍ ରଇଲା । ଜିସୁ ସେ ଗଚ୍ ଲଗେ ଜାଇ ତେଇ ପତର୍ ରଇବାଟା ଚାଡି, ଆରି କାଇଟା ଦେକେ ନାଇ । ତେବେ ସେ ଗଚ୍କେ କଇଲା, "ତୁଇ ଆରି କେବେ ମିସା ପଲ୍ ନ ଦାରୁସ୍ !" ସେ ଦାପ୍ରେ ସେ ଡୁମ୍ରି ଗଚ୍ ସୁକିଗାଲା ।
20 ଏଟା ଦେକିକରି ସିସ୍ମନ୍ କାବା ଅଇଜାଇ ପାଚାର୍ଲାଇ, "ଏ ଗଚ୍ ଏତେକ୍ ଦାପ୍ରେ କେନ୍ତି ସୁକିଗାଲା ?"
21 ୨୧:୨୧ ମାତିଉ ୧୭:୨୦; ୧ମ କରନ୍ତିୟ ୧୩:୨ ଜିସୁ କଇଲା, "ମୁଇ ତମ୍କେ ସତ୍ କଇଲିନି, ତମର୍ ମନେ ଅଇସି କି ନ ଅଏ ବଲି ଅଲପ୍ ମିସା ନ ବାବିକରି ଜଦି ପୁରାପୁରୁନ୍ ବିସ୍ବାସ୍ କର୍ସା ବଇଲେ ମୁଇ ଏ ଡୁମ୍ରି ଗଚ୍କେ ଜେନ୍ତି କରିଆଚି, ତମେ ମିସା ସେନ୍ତି କରିପାରାସ୍ । ସେତ୍କି ଆକା ନଏଁ, ଏ ଡଙ୍ଗର୍ ଉଲ୍ଟିକରି ସମ୍ଦୁରେ ଜାଇ ଅଦର୍ ବଲି କଇଲେ ମିସା ସେଟା ଅଇସି । 22 ତମେ ବିସ୍ବାସ୍ କରି ପାର୍ତନାଇ ଜନ୍ଟା ମାଙ୍ଗ୍ସା, ସେଟା ମିଲ୍ସି ।"