17 ତେବେ କଇଦେକା ପନି, ଏ ବିସଇ ତମେ କାଇବଲି କଇଲାସ୍ନି ? ରମିୟ ସର୍କାର୍କେ ସିସ୍ତୁ ଦେବାଟା ଆମର୍ ଦରମ୍ ସାସ୍ତରର୍ ଇସାବେ ଟିକ୍ କି ନାଇ ?"
18 ମାତର୍ ଜିସୁ ସେମନର୍ କୁଟ୍କାତା ଜାନି କରି କଇଲା, "ଏ କୁଟିଆଲ୍ମନ୍, କାଇକେ ମକେ ପାନ୍ଦେ ପାକାଇବାକେ ଚେସ୍ଟା କଲାସ୍ନି ? 19 ଜନ୍ ଅଦ୍ଲି ଡାବୁ ସିସ୍ତୁ ଦେଲାସ୍ନି, ତେଇଅନି ଗଟେକ୍ ଆନିକରି ମକେ ଦେକାଆ ।" ସେମନ୍ ଗଟେକ୍ ଅଦ୍ଲି ଆନି ତାକେ ଦେଲାଇ ।
20 ଜିସୁ ସେମନ୍କେ ପାଚାର୍ଲା "ଏ ଅଦ୍ଲି ଡାବୁଟାନେ କାର୍ ମୁଉ ଆରି ନାଉଁ ଆଚେ ?"
21 ସେମନ୍ କଇଲାଇ, "ରମିୟ ରାଜାର୍ ମୁଉ ଆରି ନାଉଁ ଆଚେ ।" ଜିସୁ ସେମନ୍କେ କଇଲା, "ତେବେ ଜନ୍ଟା ରମିୟ ରାଜାର୍ଟା, ସେଟା ତାକେ ଦିଆସ୍ ଆରି ଜନ୍ଟା ପରମେସରର୍ଟା, ସେଟା ପରମେସର୍କେ ଦିଆସ୍ ।"