21 ୨୪:୨୧ ପର୍କାସିତ ୭:୧୪ସେବେଲେ ଜନ୍ ଦୁକ୍ ପାଇବାକେ ପଡ୍ସି, ଦୁନିଆ ତିଆର୍ ଅଇଲାଟାନେଅନି ଆଜିକେ ଜାକ ଅଇ ରଇବା ସବୁ କସ୍ଟତେଇଅନି ଅଦିକ୍ ଅଇଜାଇସି । ସେନ୍ତାରି ଦୁକ୍ ଆଗ୍କେ ଆରି କେବେ ନ ଆସେ । 22 ମାତର୍ ପର୍ମେସର୍ ଦୁକର୍ ବେଲା ଉନାକରି ଦେଇଆଚେ । ସେନ୍ତାରି ନ କରିରଇଲେ କେ ମିସା ନ ରଇତାଇ । ମାତର୍ ସେ ବାଚିରଇବା ଲକ୍ମନ୍କେ ଜିଆଇବାପାଇ ପର୍ମେସର୍ ସେ ବେଲା ଉନାକରି ଦେଇଆଚେ ।