ବିସ୍ବାସ୍ ରଇବା ଆରି ବିସ୍ବାସ୍ ନ ରଇବା ଦାଙ୍ଗ୍ଡା
45 "ସେନ୍ତି ବଇଲେ କେ ତେବେ ନିମାନ୍ ଆରି ବୁଦି ରଇବା ଦାଙ୍ଗ୍ଡା ? ଜାର୍ ଉପ୍ରେ ସାଉକାର୍ ବିନ୍ ଦାଙ୍ଗ୍ଡାମନର୍ ଟିକ୍ ବେଲାଇ, କାଇବା କାଦି ଦେବା ଦାଇତ୍ ଦେଇରଇସି । 46 ସାଉକାର୍ ବାଉଡି ଆଇଲା ବେଲେ ସେ ଦାଙ୍ଗ୍ଡା ଜଦି ଟିକ୍ ସଙ୍ଗ୍ କାମ୍ କରିରଇସି ବଇଲେ, ତାର୍ କେଡେକ୍ ନିକ କରମ୍ ! 47 ମୁଇ ସତ୍ କଇଲିନି, ସେନ୍ତାରି ଦାଙ୍ଗ୍ଡାକେ ସାଉକାର୍ ଗଟେକ୍ ଦିନେ ତାର୍ ସବୁ ଦନ୍ ସଁପତିର୍ ଦାଇତ୍ ଦେଇ ଦେଇସି । 48 ମାତର୍ ସେ ଦାଙ୍ଗ୍ଡା ଜଦି ‘ସାଉକାର୍ ନ ଆସେତା’ ବଲି ବାବ୍ସି ଆରି 49 ବିନ୍ ଦାଙ୍ଗ୍ଡାମନ୍କେ ମାର୍ପିଟ୍ କରି ମଦୁଆମନର୍ ସଙ୍ଗ୍ କିଆପିଆ କର୍ତେ ରଇସି, 50 ସେ ଜାଗ୍ରତ୍ ନ ରଇଲା ବେଲେ ଆରି ଜନ୍ ବେଲାଇ ସେ ନାଜାନି ରଏ, ସେ ଦିନେ ଆରି ସେ ବେଲାଇସେ ସାଉକାର୍ ବାଉଡିଆଇସି । 51 ତାକେ ସେଡ୍କି ବେଲେ କଣ୍ଡ୍ କଣ୍ଡ୍ କରି କାଟି ଦେଇସି । ସେ ନାଡାଉମନର୍ ଦସାର୍ ଡଣ୍ଡ୍ ପାଇସି । ଆରି ସାରାସାରି ଦାଁତ୍ କାତ୍ରି ମାର୍ଚପ୍ ଅଇ କାନ୍ଦ୍ସି ।"