9 ୨୪:୯ ମାତିଉ ୧୦:୨୨ତମେ ଦାରାଇ ଅଇ ମାଡ୍ କାଇବାକେ ଆରି ମରନର୍ ଡଣ୍ଡ୍ ପାଇବାକେ ସର୍ପି ଅଇସା । ତମେ ମକେ ବିସ୍ବାସ୍ କଲାର୍ ପାଇ ବଲି ସବୁ ଲକ୍ ଗିନ୍ କର୍ବାଇ । 10 ସେଡ୍କିବେଲେ କେତେ କେତେ ଲକ୍ ତାକର୍ ବିସ୍ବାସ୍ ଆରାଇବାଇ, ତାକର୍ ତାକର୍ ବିତ୍ରେ ଗିନ୍ ଅଇକରି ତାକର୍ ତାକର୍ ବିତ୍ରେ ବିସ୍ବାସେ ବିସ୍ ଦିଆ ଦିଇ ଅଇବାଇ । 11 ସେବେଲେ କେତେ କେତେକ୍ ଟକାବଣ୍ଡା ବବିସତ୍ବକ୍ତା ଆସିକରି ଲକ୍ମନ୍କେ ନାଡାଇବାଇ ।