1 "ସେଡିକିବେଲେ ସରଗ୍ ରାଇଜେ କେଟ୍ବା ବାଟ୍ ଏନ୍ତି ଅଇସି । ଦସ୍ଟା ଦାଙ୍ଗ୍ଡିମନ୍ ସବୁ ଲକ୍ ଗଟେକ୍ ଗଟେକ୍ ବତି ଦାରି ବାଟେ, ବର୍ ଦାଙ୍ଗ୍ଡାକେ ଜାଗ୍ବାର୍ ଜାଇରଇଲାଇ । 2 ସେମନର୍ ବିତ୍ରେଅନି ପାଁଚ୍ଟା ଦାଙ୍ଗ୍ଡି ଚତୁର୍ ରଇଲାଇ, ଆରି ପାଁଚ୍ଟା ଦାଙ୍ଗ୍ଡି ବକୁଆ ରଇଲାଇ । 3 ବକୁଆ ରଇଲା ଦାଙ୍ଗ୍ଡିମନ୍ ଅଦିକ୍ ଚିକନ୍ ନେଇ ନ ରଇଲାଇ । 4 ମାତର୍ ଚତୁର୍ ରଇବା ଦାଙ୍ଗ୍ଡିମନ୍ ନିଜର୍ ନିଜର୍ ବତି ଟାନେ ରଇବାଟା ଚାଡି ଆରି କାଁଚେ ମିସା ଚିକନ୍ ବର୍ତି କରି ନେଇରଲାଇ । 5 ବର୍ ଦାଙ୍ଗ୍ଡା ଆଇବାଟା ଅଲ୍ସମ୍ ଅଇଲାକେ ଦାଙ୍ଗ୍ଡିମନ୍ ଜୁମ୍ରି ଜୁମ୍ରି କରି ସଇଦେଲାଇ ।"
6 ମଜା ରାତିବେଲାଇ ଆଉଲି ସୁନି ଅଇଲା, "ଏଦେ ଦେକା ! ବର୍ ଦାଙ୍ଗ୍ଡା ଆଇଲାବେ ! ଆସା ସେମନ୍କେ ଡାକିଆନୁ !" 7 ଦାଙ୍ଗ୍ଡିମନ୍ ଉଟିକରି ନିଜର୍ ନିଜର୍ ବତିମନ୍ ସାଜାଡ୍ଲାଇ । 8 ସେଡ୍କି ବେଲେ ବକୁଆ ଦାଙ୍ଗ୍ଡିମନ୍ ଚତୁର୍ ରଇଲା ଦାଙ୍ଗ୍ଡିମନ୍କେ କଇଲାଇ "ଆମ୍କେ କଣ୍ଡେକ୍ ଚିକନ୍ ଦିଆ । ଆମର୍ ବତି ଲିବିଗାଲାନି ।" 9 ଚତୁର୍ ଦାଙ୍ଗ୍ଡିମନ୍ କଇଲାଇ, "ତମ୍କେ ଦେଲେସରି ଆମର୍ ପାଇ ଚିକନ୍ ନ ଅଏ । ତମେ ଦୁକାନେ ଜାଇ ନିଜର୍ ନିଜର୍ ପାଇ ଚିକନ୍ ଗେନିଆନା ।" 10 ସେଟାର୍ପାଇଁ ବୁଦି ନଇଲା ଦାଙ୍ଗ୍ଡିମନ୍ ଚିକନ୍ ଗେନ୍ବାକେ ବାରଇଲାଇ । ସେମନ୍ ଗାଲା, ପଚେ ବର୍ ଦାଙ୍ଗ୍ଡା ଆସି କେଟ୍ଲା । ଜାଗ୍ରତ୍ ଅଇରଇଲା ପାଁଚ୍ଟା ଚତୁର୍ ଦାଙ୍ଗ୍ଡିମନ୍ ତାକର୍ ସଙ୍ଗ୍ ବିବା ବଜିତେଇ ଗାଲା ପଚେ କାପାଟ୍ ଡାବିଅଇଗାଲା । 11 ସେ ବୁଦି ନ ରଇଲା ଦାଙ୍ଗ୍ଡିମନ୍ ପଚେ ସେ ଜାଗାଇ ଆଇଲାଇ, ଏ ମାପ୍ରୁ, ଏ ମାପ୍ରୁ କାପାଟ୍ ଉଗାଡା, ଆମେ ବିତ୍ରେ ଜିବୁ ବଲି ସେମନ୍ ଆଉଲି ଅଇଲାଇ । 12 ବର୍ଦାଙ୍ଗ୍ଡା କଇଲା, "ମୁଇ ସତ୍ କଇଲିନି, ତମେ କେ, ମୁଇ ନାଜାନି ।" 13 କାତା କଇବାଟା ସାରାଇ, କରି ଜିସୁ କଇଲା, "ଜାଗ୍ରତ୍ ଅଇ ରୁଆ । ସେ ଦିନ୍ କି ବେଲା କେ ମିସା ନାଜାନାସ୍ ।"