ସାରାସାରିର୍ ବିଚାର୍
31 ୨୫:୩୧ ମାତିଉ ୧୬:୨୭; ମାତିଉ ୧୯:୨୮ ଜେଡେବେଲା ନର୍ପିଲା ମୁଇ ରାଜାଅଇ ମର୍ ସରଗର୍ ଦୁତ୍ମନର୍ ସଙ୍ଗ୍ ଆଇବି, ଆରି ମର୍ ଡାକ୍ପୁଟା ବସ୍ବା ଜାଗାଇ ବସ୍ବି, 32 ସବୁ ଜାତିର୍ ଲକ୍ ମର୍ ମୁଆଟେ ଟୁଲ୍ ଅଇବାଇ । ସେଡ୍କି ବେଲା ଗଉଡ୍ ଜେନ୍ତି ମେଣ୍ଡା ଆରି ଚେଲିମନ୍କେ ବେଗ୍ଲାଇସି, ସେନ୍ତି ନର୍ପିଲା ମୁଇ ଲକ୍ମନ୍କେ ଦୁଇ ଦଲ୍ କରି ବାଗ୍ କର୍ବି । 33 ଦରମ୍ ଲକ୍ମନ୍କେ ଉଜା ବାଟେ ଆରି ବିନ୍ ଲକ୍ମନ୍କେ ମର୍ ଡେବ୍ରି ବାଟେ ସଙ୍ଗଇବି ।