35 ମୁଇ ବୁକେ ରଇଲି, ତମେ ମକେ କୁଆଇଲାସ୍ । ମକେ ସସ୍ କଲା, ତମେ ମକେ କାଇବାକେ ଦେଲାସ୍ । ମୁଇ ଚିନାର୍ ଜାନାର୍ ନ ରଇଲି, ମକେ ତମର୍ ଗରେ ଗତିଆ କରି ଡାକ୍ଲାସ୍ । 36 ମୁଇ ଡୁମ୍ଣ୍ଡା ରଇଲି, ମକେ ବସ୍ତର୍ ପିନ୍ଦାଇଲାସ୍ । ମୁଇ ଜର୍ଦାରାଇ ଅଇରଇଲି, ମକେ ଜତନ୍ କଲାସ୍ । ମୁଇ ବନ୍ଦି ଗରେ ରଇଲି ମକେ ଦେକ୍ବାର୍ ଆସିରଇଲାସ୍ ।"
37 ଦରମ୍ ଲକ୍ମନ୍ କଇବାଇ, "ମାପ୍ରୁ ! କେବେ ତମେ ବୁକେ ରଇଲାଟା ଦେକି ତମ୍କେ କାଇବାକେ ଦେଇରଇଲୁ ? କେବେ ତମ୍କେ ସସ୍ କଲାଜେ ପାନି କାଇବାକେ ଦେଇ ରଇଲୁ ? 38 କେବେ ତମେ ଚିନାର୍ ଜାନାର୍ ନ ଅଇରଇଲାସ୍ ଜେ ଆମେ ତମ୍କେ ଗତିଆ କରି ଗରେ ଡାକି ରଇଲୁ ? ଆରି କେବେ ଡୁମ୍ଣ୍ଡା ରଇଲାସ୍ ଜେ ପିନ୍ଦ୍ବାକେ ବସ୍ତର୍ ଦେଇ ରଇଲୁ ? 39 କେବେ ତମେ ଜର୍ ଦାରାଇ ଅଇରଇଲାସ୍ଜେ ଆମେ ତମ୍କେ ଜତନ୍ କଲୁ ? ଆରି କେବେ ତମେ ବନ୍ଦି ଗରେ ରଇଲାସ୍ଜେ ଆମେ ଦେକ୍ବାର୍ ଆସିରଇଲୁ ?" 40 ପଚେ, ମୁଇ ସେମନ୍କେ କଇବି, ମୁଇ ତମ୍କେ ସତ୍କଇଲିନି, ଏ ମର୍ ବାଇମନର୍ ବିତ୍ରେ ସବୁର୍ଟାନେଅନି ଗଟେକ୍ ସାନ୍ ଲକର୍ ପାଇ, ଜାଇଟା ସବୁ କରିଆଚାସ୍, ସେଟା ମର୍ ପାଇ କରିଆଚାସ୍ ।